ads

Breaking News

ହୃଦଘାତରେ ବ୍ଳକ କର୍ମଚାରୀଙ୍କ ମୃତ୍ୟୁ


 ସାକ୍ଷୀଗୋପାଳ ----- ସତ୍ୟବାଦୀ ବ୍ଳକରଜଣେ ଚତୁର୍ଥ କର୍ମଚାରୀ ଗଜେନ୍ଦ୍ର ବାରିକ ( ଗଜିଆ ଭାଇ )ଙ୍କର ସକାଳ ୮.୩୦ରେ ହୃଦ ଘାତରେ ପରଲୋକ ହୋଇଯାଇଛି । ସତ୍ୟବାଦୀ ବ୍ଳକର ମାଣିତଳ ସାହିର ଗଜେନ୍ଦ୍ର ସବୁଦିନ ପରିସକାଳୁ ଗାଧୁଆ ପାଧୁଆ ସାରି ବ୍ଳକ ଆସିବା ପାଇଁ ବାହରୁଥିଲେ । ହାଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ପରିବାର ଲୋକମାନେ ସାକ୍ଷୀଗୋପାଳ ମେଡିକାଲକୁ ଚିକିତ୍ସା ପାଇଁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଏହି ଖବର ପ୍ରସାରିତ ହେବା ପରେ ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ଉପାଧ୍ୟକ୍ଷ ବିକ୍ରମ କୁମାର ଜେନା, ସାମାଜିକକର୍ମୀ ଶଙ୍କର ପ୍ରଧାନ, ବିଡିଓ କ୍ଷୀରୋଦ କୁମାର ବେହେରାଙ୍କ ସହିତ ବ୍ଳକର କର୍ମଚାରୀ ମାନେ ମେଡିକାଲରେ ପହଞ୍ଚି ଶୋକ ସନ୍ତପ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୯/୬/୨୦୨୧----୮,୩୦ 

ads

Blog Archive

Popular Posts