ads

Breaking News

ଚାଇଁପୁରରେ ବିଜେଡି ଦଳ ପକ୍ଷରୁ ଯୁବ ଓ ଛାତ୍ର ମାନଙ୍କର ବୈଠକ ଓ ବେରବୋଇରେ ମହିଳା ଦୁଆରକୁ ଦୁଆର ପ୍ରଚାର


 ଡେଲାଙ୍ଗ ------ ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ଚାଇଁପୁର ଗ୍ରାମର ବଟେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଯୁବ ଓ ଛାତ୍ର ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ବୈଠକରେ ରାଜ୍ୟ ମହିଳା  ବିଜୁ ଜନତା ଦଳର ଉପସଭାନେତ୍ରୀ ଜ୍ୟୋସ୍ନାମୟୀ ପରିଡା ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ କ୍ୟାପଟେନଦିବ୍ୟଶଙ୍କର ମିଶ୍ର, ରାଜନଗର ବିଧାୟକ ଧୃବ ଚରଣ ସାହୁ, ପର୍ଯ୍ୟବେକ୍ଷକ ରାଜେଶ ପଣ୍ଡା ଓ ଜଞ୍ଜିତ ଦାସ,  ମିଶନ ଶକ୍ତି ମହିଳା ମହାସଂଘର ସଦସ୍ୟା ଭାରତୀ ଚମ୍ପତି, ମମତା ପରିଡା, ସବିତା ବରାଳ ପ୍ରମୁଖ ଏହି ବୈଠକରେ ସାମିଲ ହୋଇ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କୁ ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେବାପାଇଁ ଉପସ୍ଥିତ ଥିବା ଯୁବକ, ମହିଳା  ଓ ଛାତ୍ର ମାନଙ୍କୁ ନିବେଦନ କରିଥିଲେ । ସେହିପରି ବେରବୋଇ ଗ୍ରାମ ପଞ୍ଚାତର ବିଭିନ୍ନ ୱାର୍ଡରେ ମହିଳା ନେତ୍ରୀ ମାନେ ଘରକୁ ଘର ବୁଲି ରୁଦ୍ରଙ୍କ ପାଇଁ ପ୍ରଚାର ଯୋରସୋର କରୁଛନ୍ତି । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୨/୪/୨୦୨୧----୩, ୨୦

ads

Blog Archive

Popular Posts