ads

Breaking News

ଡେଲାଙ୍ଗରେ ବିଜେପିର ରୋଡ ଶୋ


 ଡେଲାଙ୍ଗ --- କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ପଟ୍ଟନାୟକିଆ- ଡେଲାଙ୍ଗ ରାସ୍ତାରେ ଶତାଧିକ ବିଜେପି କର୍ମୀଙ୍କୁ ଧରି ରୋଡ ଶୋ କରିଛନ୍ତି । ତାଙ୍କ ସାଙ୍ଗରେ ବିଜେପିର ମୁଖପାତ୍ର ସମ୍ବିତ ପାତ୍ର, ବିଜେପି ପ୍ରର୍ଥୀ ଆଶିତ ପଟ୍ଟନାୟକ, ସୁରଥ ବିଶ୍ୱାଳ, ବ୍ରହ୍ମଗିରି ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ସହିତ ବିକାଶ ପଟ୍ଟନାୟକ ପ୍ରମୁଖ ପଟ୍ଟନାୟକିଆ ଠାରୁ ବାହାରି ମଉଁନେଇମଠ, ଡେଲାଙ୍ଗ ଷ୍ଟେସନ ବଜାର ଦେଇ ବେରବୋଇ ଗାନ୍ଧୀପୀଠରେ ମାଲ୍ୟର୍ପଣ କରିଥିଲେ । ସେଠାରୁ ଡେଲାଙ୍ଗ ହାଟ ବଜାରରେ ପହଞ୍ଚିବା ପରେ ମୁନିନ୍ଦା ଗ୍ରାମ ପଞ୍ଚାୟତର ସମିତିସଭ୍ୟ ତାଙ୍କ ସମର୍ଥକଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କୁ ଫୁଲମାଳ ଦେଇ ସ୍ୱାଗତ କରି ପାଛୋଟି ନେଇଥିଲେ । ଘୋରଡିଆ ଦେଇ ବଣିବକେଶ୍ୱରଙ୍କ ପୀଠ ମନ୍ତ୍ରୀ ଦର୍ଶନ କରିବା ପରେ ସେଠାରେ ଏକ ପ୍ରଥପ୍ରାନ୍ତ ସଭା କରାଯାଇଥିଲା । ଏଥିରେ ମନ୍ତ୍ରୀ ରାଜ୍ୟ ସରକାରଙ୍କ ବିରୁଧରେ ବିଭିନ୍ନ ନାରାବାଜି ଦେଇଥିଲେ । ଆଶିତ ପଟ୍ଟନାୟକଙ୍କୁ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ନିବେଦନ କରିଥିଲେ ।

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୩/୪/୨୦୨୧----୯,୧୫

ads

Blog Archive

Popular Posts