ads

Breaking News

ଡେଲାଙ୍ଗରେ ଉପନିର୍ବାଚନ ପାଇଁ ବିଭିନ୍ନ ଯାଗାରେ ମହିଳା ସାମାବେଶ


 ଡେଲାଙ୍ଗ ------- ଡେଲାଙ୍ଗ ବ୍ଳକରେ ଆସନ୍ତା ୧୭ ତାରିଖରେ ଉପନିର୍ବାଚନ ହେବାକୁ ଯାଉଛି । ତାରିଖ ଯେତେେ ପାଖେଇ ଆସୁଛି ରାଜନୈତିକ ଦଳ ମାନଙ୍କ ପକ୍ଷରୁ ପ୍ରଚାର, ସଭା ସମିତି ଜମୁଛି । ବିଶେଷ କରି ପ୍ରଚାରରେ ବିଜେଡି ଦଳ ସବୁଠାରେ ଆଗରେ ରହିଛି । ବିଜେଡି ଦଳକୁ ପ୍ରତି ଗ୍ରାମ, ସାହିରେ ଜନସମର୍ଥନ ବଡିବାରେ ଲାଗିଛି । ଏହାକୁ ଦେଖି ବିରୋଧୀ ଦଳର ପ୍ରାର୍ଥୀ ମାନେ ଏବେ ଚିନ୍ତାରେ ପଡିଯାଇଛନ୍ତି । ଶୁକ୍ରବାର ଦିନ ଡେଲାଙ୍ଗ ବ୍ଳକର ମୁନିନ୍ଦା ଠାରେ ଏକ ମହିଳା ସମାବେଶ ଅନୁଷ୍ଠିତ ହୋଇଥିଲା ।ଏଥିରେ ସତ୍ୟବାଦୀ ବିଧାୟକ ତଥା ମୁନିନ୍ଦା ପ୍ରଞ୍ଚାୟତର ପର୍ଯ୍ୟବେକ୍ଷକ ଉମାକାନ୍ତ ସାମନ୍ତରାୟ ସଭାପତିତ୍ୱ କରିଥିଲେ । ଅତିଥି ଭାବେ ଯାଜପୁର ସାଂସଦ ସମିଷ୍ଠା ସେଠୀ, ରାଜ୍ୟ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାଶ, ରାଜ୍ୟ ମୋ ପରିବାରର ସମ୍ପାଦିକା ମୀରା ପରିଡା, ଡେଲାଙ୍ଗ ମିଶନ ଶକ୍ତି ମହିଳା ମହାସଂଘର ସଭାନେତ୍ରୀ ବାସନ୍ତୀ ସାହୁ, ପୁରୀ ଜିଲ୍ଲା ବିଜେଡି ସମ୍ପାଦକ ବିଜୟ କୁମାର ରାଉତରାୟ, ମୁନିନ୍ଦା ପଞ୍ଚାୟତର ସରପଞ୍ଚ ସନ୍ଧ୍ୟାରାଣୀ ପରିଡା, ପୂର୍ବତନ ସରପଞ୍ଚ ନରେନ୍ଦ୍ରପରିଡା, ଜିଲ୍ଲା ପରିଷଦସଭ୍ୟ ପୁଷ୍‌ାଞ୍ଜଳି ସମାଲ, ସଭ୍ୟ ଦେବାଶିଷ ନନ୍ଦ ପ୍ରମୁଖ ଯୋଗଦେଇ ନବୀନ ପଟ୍ଟନାୟକଙ୍କ ସମୟରେ ମହିଳା ମାନେ ଆଜି ସ୍ୱାବଲମ୍ବୀ ହୋଇ ପାରିଛନ୍ତି । ମହିଳା ମାନେ ଆଜଗି ଘରୁ ଗୋଡ କାଡିଛନ୍ତି ବା ରାଜ୍ୟ ,ଦେଶର ରାଜନୀତି ଠାରୁ ସବୁ କ୍ଷେତ୍ରରେ ସାମିଲ ହୋଇ ପାରିଛନ୍ତି ନବୀନ ପଟ୍ଟନାୟକଙ୍କ ଯୋଗୁ ଏଣୁ ତାଙ୍କ ହାତମୁଠାକୁ ମଜବୁତ କରିବା ପାଇଁ ଉପସ୍ଥିତ ଥିବା ମହିଳା ମାନେ ବଜେଡି ପ୍ରାର୍ଥୀ ରୁଦ୍ର ପ୍ରସାଦ ମହାରଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେବାକୁ ନିବେଦନ କରିଥିଲେ । ଏହି ସମୟରେ ଉପସ୍ଥିତ ଥିବା ହଜାର ହଜାର ମହିଳା ମାନେ ହୁଳହୁଳି ପକାଇ କଥାକୁ ସମର୍ଥନ କରିଥିଲେ । ସେହିପରି ବେରବୋଇ ଗ୍ରାମ ପଞ୍ଚାୟତର ମେଳଣ ପଡିଆ ଅନୁଷ୍ଠିତ ମହିଳା ସମାବେଶରେ ଡେଲାଙ୍ଗ ବ୍ଳକର ବିଜେଡି ସଭାପତି ବୈରାଗୀ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତି ସିଂ, ବାଙ୍କି ବଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ରାଜ୍ୟ ମହିଳା ବିଜେଡି ସଭାନେତ୍ରୀ ପ୍ରମିଳା ମଲିକ, ଉପସଭାନେତ୍ରୀ ସନ୍ଦ୍ୟାରାଣୀ ପ୍ରଧାନ, କୋରୋଇ ବିଧାୟକଆକଶ ଦାସ, ରାଜ୍ୟ ଯୁବ ମହିଳା ସଭାନେତ୍ରୀ ସେଫିୟା ନୁର ଆଲ୍ଲାମ, ରାଜ୍ୟ ଯୁବ ସମ୍ପାଦକ ସମାଥ୍ର ମହାନ୍ତି, ବେରବୋଇ ସରପଞ୍ଚ ଜ୍ୟୋତିମୟୀ ସ୍ୱାଇଁ ସମିତିସଭ୍ୟ ଅଭିମନ୍ୟୁ ରାଉତ, ସତ୍ୟବାଦୀ ବ୍ଳକ ବିଜେଡି ସଭାପତି ପ୍ରମୋଦ ରାଉତରାୟ , ବେରବୋଇ ପଞ୍ଚାୟତର ସଭାପତି ଗୋପାଳ ଚନ୍ଦ୍ର ସ୍ୱାଇଁ, ଦେବୀ ପ୍ରସାଦ ଲୋଙ୍କା ପ୍ରମୁଖ ଯୋଗ ଦେଇ ମହିଳା ମାନଙ୍କୁ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରସାଦ ମହାରଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାପାଇଁ ନିବେଦନ କରିଥିଲେ । ପ୍ରାୟ ଦୁଇ ହଜାରରୁ ଅଧିକ ସଂଖ୍ୟାରେ ମହିଳା ଉପସ୍ଥିତ ରହିଥିଲେ । ସଭା କାର୍ଯ୍ୟ ଚାଲିଥବା ବେଳେ ଦିବଂଗତ ପ୍ରଦୀପ ମହାରଥୀଙ୍କ ଝିଅ ପ୍ରଲ୍ଲବୀ ମହାରଥୀ ସଭା ସ୍ଥଳରେ ପହଞ୍ଚିବା ପରେ ଉପସ୍ଥିତ ଥିବା ମହିଳା ମାନେ ପ୍ରଲ୍ଲବିଙ୍କୁ ଦେଖିବା ପରେ ଶ୍ରୀ ମହାରଥୀଙ୍କ କଥା ମନେ ପକାଇ କାନ୍ଦି ପକାଇଥିଲେ । ମହିଳା ମାନେ ବ୍ରଜ ଶପଥ ନେଇଥିଲେ ଯେ ବେରବୋଇ ପଞ୍ଚାୟତରେ ବିପୁଲ ସଂଖ୍ୟାରେ ରୁଦ୍ର ମହାରଥୀ ଭୋଟ ପାଇବେ ବୋଲି ମହିଳା ମାନେ କହିଥିଲେ । ଶେଷରେ ସତ୍ୟବାଦୀ ବ୍ଳକର ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ସମିତିସଭ୍ୟ ପ୍ରଶାନ୍ତ ମହାପାତ୍ର ଧନ୍ୟବାଦ ଦେଇଥିଲେ । ସେହିପରି ଧାନକେରା ପଞ୍ଚାୟତରେ ମହିଳା ସାମବେଶ ଅନୁଷ୍ଠିତ ହୋଇଯାଇଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୬/୪/୨୦୨୧-- ୭,୧୦

ads

Blog Archive