ads

Breaking News

ସୁଜନପୁର ସରପଞ୍ଚ ତାଙ୍କର କିଛି ସମର୍ଥକଙ୍କ ସହିତ ବିଜେଡି ଦଳରେ ସାମିଲ ହେଲେ


 ଡେଲାଙ୍ଗ ---- ଡେଲାଙ୍ଗ ବ୍ଳକରେ ଉପନିର୍ବାଚନ ଯେତେିକି ପାଖେଇ ଆସୁଛି ରାଜନୀତି ସେତେ ସରଗରମ ହେବାକୁ ଲାଗିଛି । ସଭା ସମିତି ସହିତ ମିଶ୍ରଣ ପର୍ବ ଚାଲିଛି । ଏହି ଅବସରରେ ଡେଲାଙ୍ଗ ବ୍ଳକର ସୁଜନପୁର ଗ୍ରାମ ପ୍ରଞ୍ଚାୟତର ସରପଞ୍ଚ ପିୟମ୍ବଦା ରାଉତରାୟ ଶୁକ୍ରବାର ପଟଣପୁର ମେଳଣ ପଡିଆରେ ତାଙ୍କର କିଛି କର୍ମୀ ମାନଙ୍କ ସହିତ ବିଜେଡି ଦଳରେ ମିଶିଲେ ବୋଲି ବିଧବଧ ଭାବେ ଘୋଷଣା କରିବା ସହ ସମସ୍ତେ ବିଜେଡି ଦଳର ଉତ୍ତୀୟ ପକାଇ ନବୀନ ପଟ୍ଟନାୟକ ଜିନ୍ଦାବାଦ, ରୁଦ୍ର ପ୍ରସାଦ ମହାରଥୀ ଜିନ୍ଦାବାଦ ଆଦି ସ୍କେଗାନ ଦେଇଥିଲେ । ବିଜେଡି ଦଳ କିପରି ପଞ୍ଚାୟତରେ ଅଧିକ ଭୋଟ ପାଇବ ସେ ସମ୍ପର୍କରେ ସମାଜସେବୀ ତଥା ସରପଞ୍ଚଙ୍କ ପ୍ରତିନିଧି ସଂଜୟ କୁମାର ରାଉତରାୟ  ଉପସ୍ଥିତ ଥିବା ମହିଳା , ପୁରୁଷ ଯୁବକ ମାନଙ୍କୁ ନିବେଦନ କରିଥିଲେ । 


ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୬/୪/୨୦୨୧-- ୭,୧୦

ads

Blog Archive