ads

Breaking News

ବିଜେଡି ପର୍ଯ୍ୟବେକ୍ଷକ ମାନେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଆଶୁ କାମନା କଲେ

 ଡେଲାଙ୍ଗ--- ପିପିଲି ଉପନିର୍ବାଚନ ହେଉଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ପ୍ରଥମେ ବେରବୋଇ ପ୍ରଚାର କରୁଥିବା ବେଳେ ଅସୁସ୍ଥ ହୋଇପଡିଥିଲେ । ଡେଲାଙ୍ଗ ମେଡିକାଲରେ ପ୍ରାଥମିକ ଚିକିତ୍ସା ହେବା ପରେ  ଦେହ ଖରାପ ହେବାରୁ ଭୁବନେଶ୍ୱର ଏକ ଘରୋଇ ମେଡିକାଲରେ ଚିକିତ୍ସା ହେଉଥିବା ସମୟରେ କରୋନାରେ ଆକ୍ରନ୍ତ ବୋଲି ଜଣାପଡିଛି । ଏହା ଜାଣିବା ପରେ ବେରବୋଇ ଦାୟତ୍ୱରେ ଥିବା ବିଜେଡି ଦଳର ରାଜ୍ୟ ସମ୍ପାଦକ ସୁବାଷ ମହାରଣା, ରାଜ୍ୟ ଯୁବ ବିଜେଡି ସମ୍ପାଦକ ସମାପ୍ତ ମହାନ୍ତି, ସତ୍ୟବାଦୀ ବ୍ଳକ ବିଜେଡି ସଭାପତି ପ୍ରମୋଦ କୁମାର ରାଉତରାୟ, ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ସମିତିସଭ୍ୟ ପ୍ରଶାନ୍ତ ମହାପାତ୍ର , ମହିଳା ନେତ୍ରୀ ସ୍ୱର୍ଣ୍ଣଲ୍‌ତା ମହାଲିକା ଶ୍ରୀ ମଙ୍ଗରାଜଙ୍କ ଆଶୁକାମନା କରିଛନ୍ତି । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୨/୪/୨୦୨୧---୯,୧୫

ads

Blog Archive

Popular Posts