ads

Breaking News

ବିଧାୟିକାଙ୍କ ଉଦଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ


କୋଦଳା -ଶନିବାର କବିସୂର୍ଯ୍ୟ ନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ବେଗୁନିଆପଡା ବ୍ଲକ ଗସ୍ତ କରି ମୋ ଉପକାରୀ ବଗିଚାର କାର୍ଯ୍ୟାଦେଶ ବଣ୍ଟନ କରିଥିଲେ । ସେହିପରି ଗୋଷ୍ଠୀ ସାଧନ କେନ୍ଦ୍ର ଉଦଘାଟନ ଓ ପୋଖରୀ ସୌନ୍ଦର୍ଯ୍ୟ କରଣର ଶିଳା ନ୍ୟାସ କରିଛନ୍ତି। ବ୍ଲକ କାର୍ଯ୍ୟାଳୟରେ ୮୦ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀ ର ପ୍ରାୟ ଆଠଶହ ମହିଳା ଙ୍କୁ ମୋ ଉପକାରୀ ବଗିଚା ପାଇଁ ଦଶ ହଜାର ଲେଖାଏ ଟଙ୍କାର କାର୍ଯ୍ୟାଦେଶ ପ୍ରଦାନ କରିଥିଲେ।ଏହା ପରେ ବେଗୁନିଆପଡା ମା ମଙ୍ଗଳା ମନ୍ଦିର ନିକଟରେ ଆମ ଗାଁ ଆମ ବିକାଶ ଯୋଜନାରେ ନିର୍ମାଣ ହୋଇଥିବା ଗୋଷ୍ଠୀ ସାଧନ କେନ୍ଦ୍ରକୁ ଉଦଘାଟନ କରିଥିଲେ । ସିଦ୍ଧେଶ୍ୱର ମନ୍ଦିର ସମ୍ମୁଖରେ ଥିବା ପୋଖରୀର ସୌନ୍ଦର୍ଯ୍ୟ କରଣ ପାଇଁ ରାଜ୍ୟ ଅର୍ଥ କମିଶନ ଓ ନରେଗାରେ ମଞ୍ଜୁରୀ ହୋଇଥିବା10 ଲକ୍ଷ୍ ଟଙ୍କା କାର୍ଯ୍ୟର ଶିଳାନ୍ୟାସ କରିଥିଲେ। ଏଥିରେ ବିଡ଼ିଓ ବେଦବର ପ୍ରଧାନ, ଅଧ୍ୟକ୍ଷାଙ୍କ ପ୍ରତିନିଧି ବିଜୟ କୁମାର ଦୋରା, ତ୍ରିନାଥ ଭୂୟାଁ, ସରପଞ୍ଚ ଅରୁଣ କୁମାର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।
ବ୍ରହ୍ମପୁର ରୁ ଅଶେଷ କୁମାର ପାତ୍ରଙ୍କ ରିପୋର୍ଟ, ୧୭/୧/୨୦୨୧----- ୬,୩୦

ads

Blog Archive

Popular Posts