ads

Breaking News

ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କୋଭିଡ୍ -19 ଟୀକା କରଣ ଶୁଭ ଆରମ୍ଭ



ବରୀ-  ବରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ  କୋଭିଡ୍ ୧ ୯ ଟୀକା ପ୍ରଦାନ କାର୍ଯ୍ୟକ୍ରମ  ଆରମ୍ଭ ହୋଇଯାଇଛି। ଏହାକୁ ଆନୁଷ୍ଠାନିକ ଭାବେ ବରୀ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର  ଚିକିତ୍ସା ଅଧିକାରୀ  ସବିର ହୋସେନ୍ ,ବରୀ ମଣ୍ଡଳ ଉନ୍ନୟନ ଅଧିକାରୀ ଶିବାନନ୍ଦ ସ୍ୱାଇଁ, ବରୀ ତହସିଲଦାର  ସରୋଜ କାନ୍ତ ନାୟକ ଓ ମହିଳା ଶିଶୁ ବିକାଶ ଅଧିକାରିଣୀ ପ୍ରାଣେଶ୍ୱରୀ ପାଣିଗ୍ରାହୀ ,ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ପ୍ରଫୁଲ କୁମାର ନାୟକ ସରପଞ୍ଚ ବିରେନ୍ଦ୍ର ମିଶ୍ର ଙ୍କ ଉପସ୍ଥିତି ରେ ଟୀକା କରଣ କାର୍ଯ୍ୟକ୍ରମ କୁ  ଉଦଘାଟନ ହୋଇଯାଇଛି। ପ୍ରକାଶ ଥାଉକି ବରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରଥମ ଦିନରେ  ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର କର୍ମଚାରୀ ମୁକୁନ୍ଦ ଚନ୍ଦ୍ର ନାୟକ ପ୍ରଥମେ ଟୀକା ନେଇ ଶୁଭ ଆରମ୍ଭ କରିଥଲା ବେଳେ ପରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ  ସବିର  ହୋସେନ ଓ ବରୀ ବ୍ଲକ ରେ କାର୍ଯ୍ୟରତ ଅଙ୍ଗନୱାଡ଼ି ସୁପର ଭାଇଜର ସୁଜାତା ବେହେରା  ଓ ଆଶା ଦିଦି ମାନେ ଟୀକା ନେଇଥିଲେ। ପ୍ରଥମ ଦିନରେ ୧୦୦ ଜଣ ଙ୍କୁ ଟୀକା ପ୍ରଦାନ କରାଯାଇଥିବା  ଜଣାପଡ଼ିଛି। ବରୀ ଗୋଷ୍ଠୀସ୍ୱାସ୍ଥ୍ୟ କୁ  ୩୬୩ ଟି ଟୀକା ଆସିଥିବା ବେଳେ ଏହାକୁ ପର୍ଯ୍ୟାୟ କ୍ରମେ ଚଳିତ ମାସର ୧୯,୨୧,୨୨,୨୫ ତାରିଖ ରେ ଦିନ ୧୦ ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ ଘଟିକା ପର୍ଯ୍ୟନ୍ତ ଟୀକା ପ୍ରଦାନ କରାଯିବ ବୋଲି ସୁଚନା ମିଳିଛି। ଟୀକା ନେଇଥିବା ସ୍ବାସ୍ଥ୍ୟ କର୍ମୀ ମାନଙ୍କ ଠାରେ କୌଣସି ପାର୍ଶ୍ଵ ପତିକ୍ରୟା ଦେଖିବାକୁ ମିଳିନଥିବା ସୂଚନା ମିଳିଛି।ଏହି ଟୀକା କରଣ କୁ  ଡ଼ାକ୍ତର ଶଶିକାନ୍ତ ସାହୁ,କୈଳାସ ଚନ୍ଦ୍ର ପତି,ଦୀପ୍ତିମୟୀ ଦାସ ଓ ଶୁଶୀଲ କୁମାର ମହାପାତ୍ର ପରିଚାଳନା ଓ ସହଯୋଗ କରିଥିଲେ।
ବରୀରୁ ଦର୍ଶନ ବେହେରା,୨୧/୧/୨୦୨୧----୬,୪୦

ads

Blog Archive

Popular Posts