ads

Breaking News

କଳିକତି ଦଳ ଯୋଗୁ ଏବେ ଗ୍ରାମ ଠାରୁ ସହର ପର୍ଯ୍ୟନ୍ତ ମଶାବଂଶ ବୃଦ୍ଧି ; ସ୍ୱାସ୍ଥ୍ୟ ବିଭାଗ ଜାଣିକି ଆଖି ବୁଜି ବସିଛି


  ସାକ୍ଷୀଗୋପାଳ -----ପୁରୀ ଜିଲ୍ଲା ସତ୍ୟବାଦୀ  ବ୍ଳକରେ ଏବେ ମଶା ବଂଶ  ବୃଦ୍ଧି ପାଇବାରେ ଲାଗିଛି । ଏଥିପାଇଁ ବ୍ଳକ ପ୍ରଶାସନ ବା ସ୍ୱାସ୍ଥ୍ୟ ବିଭାଗ ସବୁଜାଣି ମଧ୍ୟ ଚୁପ ହୋଇ ବସିଛନ୍ତି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଦେଖାଣିଆ ଭାବେ  ମେଲେରିଆ, ଡେଙ୍ଗୁ  ସଚେତନତା କରାଯାଉଛି । ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି । ମାତ୍ର ଦାୟତ୍ୱରେ ଥିବା ଅଧିକାରୀ ମାନଙ୍କର ସତ୍ୟବାଦୀରେ ଦେଖା ମିଳିନଥାଏ । ଅନ୍ୟ ପକ୍ଷେ ଏହି ମଶା ବଂଶ ବୃଦ୍ଧି କରୁଥିବା କଲକତି ଦଳ ଲୋପ କରିବା ବା ସଫେଇ କରିବା ପାଇଁ କେହି ନଜର  ଦେଉନାହାନ୍ତି । ରାଜ୍ୟ ସରକାର ଗାଁ ମାନଙ୍କରେ ଗାଁ କଲ୍ୟାଣ ସମିତି  ଗଠନ କରିଛନ୍ତି । ପ୍ରତି ବର୍ଷ ସରକାରୀ ଅର୍ଥ ଗ୍ରାମ ମାନଙ୍କରେ ସଫେଇ, ଦଳକଡା, ସଚେତନତା ପାଇଁ ଅର୍ଥ  ଗାଁ କଲ୍ୟାଣ ସମିତିକୁ ଦିଆଯାଉଛି । ମାତ୍ର ତାହା ଗାଁ କଲ୍ୟାଣ ସମିତି କେବଳ ନାମକୁ ମାତ୍ର ହାତଗଣତି କେତେଜଣଙ୍କୁ ଧରି ସଭା ସମିତି କରି  ଅର୍ଥ ହରିଲୁଟ କରି ନେଉଥିବା ଜନସାଧାରଣରେ ଅଭିଯୋଗ  କରିଛନ୍ତି । ଏପରିକି ଏହି ଟଙ୍କା ଉଠାଇବା ପରେ ସ୍ୱାସ୍ଥ୍ୟ ବିଭାଗର ଦାୟତ୍ୱରେ ଥିବା ଅଧିକାରୀ ମାନେ କିଛି ଅର୍ଥ ନେଉଥିବା ଅଭିଯୋଗ ମାନ ହେଉଛି । ସେହିପରି ସରପଞ୍ଚ ମାନେ ମଧ୍ୟ ଏ ଦିଗପ୍ରତି ଉଦାସୀନତା ରହୁଛନ୍ତି ।  ଯାହା ଫଳରେକି ସକାଳୁ ରାତି ପର୍ଯ୍ୟନ୍ତ ମଶା ମାନେ  କାମୁଡୁଛନ୍ତି । ଏବେ ଗ୍ରାମ ମାନଙ୍କରେ ପୋଖରୀ ଓ ଯୋର ଗୁଡିକରେ କଲିକତି ଦଳ ମାଡି ଯାଇଛି । ଗ୍ରାମବାସୀ ମାନେ ବାଧ୍ୟ ହୋଇ ସେହି ଦଳଭର୍ତ୍ତି ଗାଡିଆରୁ ଗ୍ରାମାବସୀ ମାନେ ପାଣି ବ୍ୟବହାର କରି ଚର୍ମ ଓ ବିଭିନ୍ନ ରୋଗରେ ପଡୁଛନ୍ତି ।  ଅନ୍ୟ ପକ୍ଷେ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ମଶା ମାନଙ୍କ ଠାରୁ ରକ୍ଷା ପାଇବା ପାଇଁ ଘରେ ଘରେ ଓøଷଧ ବୋଳା ମଶାରୀ ବଣ୍ଟନ କରାଯାଇଛି । ତାକୁ ମଶା ମାନେ ମାନୁ ନଥିବା ଲେକମାନେ କହନ୍ତି । ମଶା ବଂଶ ବା ମଶା ଉତ୍ପତ୍ତିସ୍ଥଳବା ଦଳଗଡିଆ ଗୁଡିକ ସଫା କରାଯାଉନାହିଁ ବା କେହି ନଜର ଦେଉନାହାନ୍ତି । ରାଜ୍ୟ ସରକାର ଙ୍କ ମୋ ପେଖାରୀ ଯୋଜନାରେ ଏହି ପୋଖରୀ ଗିଡିକ ପୁନଃଉଦ୍ଦାର କରାଯାଇ ପାରନ୍ତା ମାତ୍ର   ସରପଞ୍ଚ ମାନଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ଦଳପୂର୍ଣ୍ଣ ପୋଖରୀ ବା ଯୋର ଗୁଡିକ ନିଲାମ ମଧ୍ୟ ଦିଆଯାଉନାହିଁ । ଅନ୍ୟ ପକ୍ଷେ ଅଧିକାଂଶ ପୋଖରୀ ସରପଞ୍ଚ ବା ନିଜ ଲୋକଙ୍କ ନାମରେ ଶାଗମାଛରେ ନେଇଛନ୍ତି । ସେମାନେ ଗଡିଆପୋଖରୀରୁ ଦଳ ସଫା କରୁନାହାନ୍ତି । କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷିତ ଆତ୍ମନିଭର ଭାରତ ଗଠନରେ ସଫଳତା ଲାଭ କରିବା ସହ ମଶା ବଂଶ ନିପାତ ହୋଇ ପାରନ୍ତା । ରାଜ୍ୟ ସରକାର ମାଛ ଚାଷ ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ସୁଯୋଗ ସୁବିଧା କରାଯାଇଛି । ହେଲେ ଗ୍ରାମ ପଞ୍ଚାୟତ ଗୁଡିକ ଏଥିପ୍ରତି ଦୃଷ୍ଟି ଦେଉନଥିବା ବୁଦ୍ଧଜୀବୀ ନବଘନ ବାରିକ, କପିଲ ମୁଦୁଲି, ହରିହର ମିଶ୍ର, ସନାତନ ପ୍ରଧାନ ପ୍ରମୁଖକହନ୍ତି ।  ତୁରନ୍ତ ପୋଖରୀ ଓ ଗଡିଆ ମାନଙ୍କର  କଲିକତି ଦଳ ପରିଷ୍କାର କରିବା ସହ ଉକ୍ତ ପୋଖରୀରେ ମାଛ ଚାଷ କରିବା ପାଇଁ ମହିଳା ଗୋଷ୍ଠୀ ମାନଙ୍କୁ ସୁବିଧା ସୁଯୋଗ ଦେବାର ଆବଶ୍ୟକତା ରହିଛି ବୋଲି ଜନସାଧାରଣରେ ଦାବି ହେଉଛି । 

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୭/୧୨/୨୦୨୦-----୬,୦୦

ads

Blog Archive