ହରିରାଜପୁର ପଞ୍ଚାୟତ କ୍ରିକେଟ ଲିଗ୍ ମ୍ୟାଚର ୭ମ ଦିବସ ;ବ୍ଳାକ ଟାଇଗର ଓ ରନିଙ୍ଗ ରିବେଲସ କ୍ଲବ ବିଜୟୀ
ଡେଲାଙ୍ଗ ------ ଡେଲାଙ୍ଗ ବ୍ଲକ ଅଧିନସ୍ଥ ହରିରାଜପୁର ପଞ୍ଚାୟତ କ୍ରିକେଟ ଲିଗ୍ ସିଜିନ୬ ମ୍ୟାଚ ସୋମନାଥ ଷ୍ପୋଟିଂ ଗ୍ରାଉଣ୍ଡ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ସପ୍ତମ ଦିବସରେ ପ୍ରଥମ ମ୍ୟାଚ ବ୍ଳାକ ଟାଇଗର ସହିତ ସଞ୍ଜୟ ଫାଇଟର କ୍ରିକେଟ ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଟସ୍ ଜିତି ପ୍ରଥମେ ବ୍ୟାଟି କରି ବ୍ଳାକ ଟାଇଗର ଦଳ ୨୦ ଓଭର ରେ ୬ ଉଇକେଟ ହରାଇ ୨୩୮ ରନ ସଂଗ୍ରହ କରିଥିଲା । ଜବାବରେ ସଞ୍ଜୟ ଫାଇଟର ଦଳ ୨୦ ଓଭରରେ ୯ଉଇକେଟ ହରାଇ ୨୩୩ ରନ ସଂଗ୍ରହ କରିଥିଲେ । ବ୍ଳାକ ଟାଇଗର ୫ରନରେ ବିଜୟୀ ହୋଇଥଲା । ଅଶୋକ ମହାରଣା, ମାନସ ବେହେରା ମ୍ୟାଚ ପରିଚାଳନା କରିଥିଲେ । ଅଭିଳାଷ ପଟ୍ଟନାୟକ ସ୍ଳୋରିଂରେ ରହିଥିଲେ । ସେହିପରି ୨ୟ ମ୍ୟାଚଟି ସ୍ପୋଟିଙ୍ଗି କ୍ଳବ ସହିତ ରନିଙ୍ଗି ରିବେଲସ କ୍ରିକେଟ ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଟସ ଜିତି ସ୍ପୋଟିଙ୍ଗି କ୍ଳବ ଦଳ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮ଉଇକେଟ ହରାଇ ୧୪୮ ରନ ସଂଗ୍ରହ କରିଥିଲେ । ଜବାବରେ ରନିଙ୍ଗ ରିବେଲସ କ୍ଲବ ଦଳ ୧୫.୩ ବଲରେ ୫ ଉଇକେଟ ହରାଇ ୧୫୨ ରନ ସଂଗ୍ରହ କରି ୫ ଉଇକେଟରେ ବିଜୟୀ ହୋଇଛନ୍ତି । ବିକ୍ରମ ସୁବୁଦ୍ଧି ଓ ଦୀପକ ମହାରଣା ମ୍ୟାଚ ପରିଚାଳନା କରିଥିବା ବେଳେ ଅଶୋକ ମହାରଣା ସ୍କୋରିଂ କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୭/୧୨/୨୦୨୦----୬,୦୨



