ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହ ରୋକିବା ପାଇଁ ବୈଠକ
ସାକ୍ଷୀଗୋପାଳ ----- ନୟାଗଡରେ ପରୀ ଘଟଣା ଘଟିବା ପରେ ଏବେ ବ୍ଳକ ସ୍ତରୀୟ ଶିଶୁ ସୁରକ୍ଷା ଓବାଲ୍ୟା ବିବାହ ରୋକିବା ପାଇଁ ଗଠନ କରାଯାଇଥିବା ଟାସ୍କଫୋର୍ସ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସତ୍ୟବାଦୀ ବ୍ଳକ ପଞ୍ଚାୟତ ସମିତିର ସଭାଗୃହ ପରିସରରେ ପଞ୍ଚାୟତ ସମିତି ଅଧ୍ୟଧା ସସ୍ମିତା ପ୍ରଧାନଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଳକ ବିଡିଓ କ୍ଷୀରୋଦ କୁମାର ବେହେରା ଓ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଣି ପୁଷ୍ପାଞ୍ଜଳି ମହାପାତ୍ର ଓ ସତ୍ୟବାଦୀ ବ୍ଳକର ଶିଶୁ ମହିଳା ପ୍ରକଳ୍ପ ଅଧିକାରୀଣି ପ୍ରେମବାଳା ତ୍ରିପାଠୀ ପ୍ରମୁଖ ଯୋଗଦେଇ ଶିଶୁ ମାନଙ୍କୁ କିପରି ସୁରକ୍ଷା ଦେବା ସହ ସେମାନଙ୍କୁ ସାହସ ସଚେତନତା କରାଇବା ଆବଶ୍ୟକତା ରହିଛି ବୋଲି ଅଧିକାରୀ ମାନେ ମତ ପ୍ରକାଶ କରିଥିଲେ । ଏହା ସହିତ ବାଲ୍ୟ ବିବାହ ଯେପରି ସତ୍ୟବାଦୀ ବ୍ଳକରେ ନହୁଏ ସେ ଦିଗ୍ରପତି ସମସ୍ତେ ନଜର ଦେବାକୁ ଆଲେଚନା କରାଯାଇଥିଲା । ଏହି ଆଲେଚନାରେ ବିଭିନ୍ନ ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ଅଙ୍ଗନୱାଡି କର୍ମୀ ସହିତ ବ୍ଳକ କର୍ମଚାରୀ ମାନେ ଯୋଗ ଦେଇଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି , ୧୬/୧୨/୨୦୨୦---୯,୨୫




