ସତ୍ୟବାଦୀ ହାଇସ୍କୁଲର ମାନଚିତ୍ର ବହୁ ଶିଘ୍ର ବଦଳିବାକୁ ଯାଉଛି
ସାକ୍ଷୀଗୋପାଳ---- ଓଡିଶାରେ ସୁନାମଧନ୍ୟ ତଥା ଗୌରବ ବହନ କରୁଥିବା ବନ ବିଦ୍ୟାଳୟ ତଥା ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ମାନ ଚିତ୍ର ବହୁ ଶିଘ୍ର ପରିବର୍ତ୍ତନ ହେବାକୁ ଯାଉଛି ବୋଲି ବିଧାୟକ ପ୍ରତିନିଧି ସୁନୀଲ କୁମାର ପଣ୍ଡା କହିଛନ୍ତି । ଏଥିପାଇଁ ବିଧାୟକଙ୍କ ପକ୍ଷରୁ ସବୁଜ ସଙ୍କେତ ମିଳିଛି । ବିଦ୍ୟାଳୟକୁ ସ୍ୱତନ୍ତ୍ର ଭାବେ ଏକ ମଡେଲ ବିଦ୍ୟାଳୟ ଭାବେ ଗଠନ କରିବା ପାଇଁ ନକ୍ସା ପ୍ରସ୍ତୁତି କରାଯାଉଛି । ପ୍ରଥମେ ବିଦ୍ୟାଳୟର ପାଚେରୀ ନିର୍ମାଣ କରାଯିବା ସହ ପଞ୍ଚସଖାଙ୍କ ସ୍ମୃତି ଚିତ୍ର ମାଧ୍ୟମରେ ଅଙ୍କିତ କରାଯିବ, ସୁନ୍ଦର ଏକ ବଗିଚା, ବିଶେଷ କରି ଗୋପବନ୍ଧୁଙ୍କ ସ୍ମୃତିକୁ ସାଇତି ରଖିଥବା ଘରର ମଡେଲିଂ କରାଯିବା ପାଇଁ ପ୍ରସ୍ତାବ ରହିଛି । ଏଥିପାଇଁ ଆରଡି ବିଭାଗର ଯନ୍ତ୍ରୀ ମୁକ୍ତିକାନ୍ତ ପାଲ ଦାୟତ୍ୱ ନେଇଛନ୍ତି । ସତ୍ୟବାଦୀ ହାଇସ୍କୁଲର ଶିକ୍ଷକଙ ସତ୍ୟବାଦିୀ ଦାଶ, ବିଜୟ ପରିଡାଙ୍କ ସହିତ ସୁନୀଲ କୁମାର ପଣ୍ଡା ଉପସ୍ଥିତ ରହିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି , ୧୫/୧୨/୨୦୨୦----୬,୦୫


