ads

Breaking News

ବରକେରାରେ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳିତ


 ଡେଲାଙ୍ଗ ----- ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ମୁନିନ୍ଦା ଗ୍ରାମ ପଞ୍ଚାୟତର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାରେ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠିତ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦିପ କୁମାର ସେଡୀ ଅଧ୍ୟକ୍ଷତା କରିଥିଲେ । ଅନୁଷ୍ଠିତ ସଭାରେ ପରିବେଶ ବିତ୍ତି ତଥା ଶିକ୍ଷକ ମିଟୁ କିଶୋର ପ୍ରଧାନ,ପର୍ଶୁରାମ ସାହୁ, ବିରଞ୍ଚି ନାରାୟଣ ବରାଳ, ସୁଧିର କୁମାର ଜେନା ,ପୁରୁଷୋତ୍ତମ ନାୟକ,ଶିକ୍ଷୟତ୍ରୀ ମଞ୍ଜୁଲତା ପ୍ରଧାନଙ୍କ ସହିତ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସୁବାଷ ଚନ୍ଦ୍ର ମାହୁନ୍ତ, ପୁରାତନ ଛାତ୍ର ବିଚିତ୍ରାନନ୍ଦ ପ୍ରଧାନ, ମହେନ୍ଦ୍ର କୁମାର ପରିଡା, ସମରେନ୍ଦ୍ର ପ୍ରଧାନ ଓ ଆନ୍ତର୍ଜାତୀୟ ଖୋ ଖୋ ଖେଳାଳି ଭରତ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଶକ୍ତି ଉତ୍ସ ଓ ସଂରକ୍ଷଣ ଉପରେ ଯୋଗଦେଇଥିବା ଅତିଥି ମାନେ ନିଜ ନିଜ ମତ ରଖିଥଲେ । ବିଶେଷ କରି ଶକ୍ତିର ଅପଚୟ ନ କରି  ଶକ୍ତି ସଂରକ୍ଷଣ କରିବା ବର୍ତ୍ତମାନ ସମୟରେ ଆବଶ୍ୟକତା ରହିଛି ବୋଲି ଅତିଥି ମାନେ କହିଥିଲେ । ଶେଷରେ ଶିକ୍ଷକ ସୁଧୀର କୁମାର ଜେନା ଧନ୍ୟବାଦ ଦେଇଥିଲେ । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି , ୧୫/୧୨/୨୦୨୦---୬,୦୦

ads

Blog Archive