ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ଦ୍ଵାରା ଶକ୍ତି ସଂରକ୍ଷଣ ସପ୍ତାହ ଏବଂ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳନ
ଜଟଣୀ -- ପୂର୍ବ ତଟ ରେଳବାଇ ଖୋର୍ଦ୍ଧା ରୋଡ୍ ମଣ୍ଡଳର ବୈଦ୍ୟୁତିକ ବିଭାଗ, ଦ୍ଵାରା ଡିସେମ୍ବର ୨୦୨୦ ତା ୮ ରୁ ୧୪ ପର୍ଯ୍ୟନ୍ତ “ଶକ୍ତି ସଂରକ୍ଷଣ ସପ୍ତାହ” ପାଳନ ହୋଇଯାଇଛି । ଖୋର୍ଦ୍ଧା ରୋଡ଼ ମଣ୍ଡଳର ପ୍ରମୁଖ ରେଳ ଷ୍ଟେସନ ଏବଂ କାର୍ଯ୍ୟାଳୟଗୁଡ଼ିକ ରେ, ଟ୍ରେନ୍ ଚଳାଚଳ ତଥା ସାଧାରଣ ବ୍ୟବହାରରେ ଶକ୍ତି ସଂରକ୍ଷଣ ବିଷୟରେ ପୋଷ୍ଟର ପ୍ରଦର୍ଶନ କରି ସଚେତନତା କରାଯାଇଥିଲା | ଶକ୍ତି ସଂରକ୍ଷଣର ମହତ୍ତ୍ଵ ବିଷୟରେ କର୍ମଚାରୀ ,ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି |
ଶକ୍ତି ସଂରକ୍ଷଣ ସପ୍ତାହର ଏକ ଅଂଶ ଭାବେ “ଜାତୀୟ ଶକ୍ତି ସଂରକ୍ଷଣ ଦିବସ” ପାଳନ କରାଯାଇଥିଲା। ଏହି ପାଳନ ସମୟରେ ଖୋର୍ଦ୍ଧା ରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଶଶି କାନ୍ତ ସିଂହଙ୍କ ଦ୍ୱାରା “ଶକ୍ତି ସଂରକ୍ଷଣ ଟିପ୍ସ” ଧାରଣ କରିଥିବା ଏକ ବ୍ରୋଚର ପ୍ରକାଶ ପାଇଥିଲା। ଏହି ଅବସରରେ ଶ୍ରୀ ଅଶୋକ କୁମାର, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଓପି) ଏବଂ ଶ୍ରୀ କଲ୍ୟାଣ ପଟ୍ଟନାୟକ, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଇନ୍ଫ୍ରା) ଉପସ୍ଥିତ ଥିଲେ।
କର୍ମଚାରୀମାନଙ୍କୁ ଶକ୍ତିର ମହତ୍ତ୍ଵ ତଥା ଶକ୍ତି ସଞ୍ଚୟ ପଦକ୍ଷେପ ବିଷୟରେ ଅବଗତ କରାଇବା ପାଇଁ ଶ୍ରୀ ଏସ଼ କେ ରାଉତ, ସିନିୟର ଡିଭିଜନାଲ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟର୍(ସାଧାରଣ) ଏକ ସେମିନାର୍ ସଂଗଠିତ କରିଥିଲେ | ମେଜର ବିନାୟକ ବେହେରା, ଡିଭିଜନାଲ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟର୍ (କୋଚିଂ), ପୁରୀ ଏବଂ ଶ୍ରୀ ସୁମନ୍ତ ବେହୁରା ଆସିଷ୍ଟାଣ୍ଟ ଡିଭିଜନାଲ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟର୍, ଖୋର୍ଦ୍ଧା ରୋଡ୍ ଉପସ୍ଥିତ ରହି କର୍ମଚାରୀମାନଙ୍କୁ ଶକ୍ତି ସଂରକ୍ଷଣ ଟିପ୍ସ ଅନୁସରଣ କରିବାକୁ ପରାମର୍ଶ ଦେଇଥିଲେ ଏବଂ ଶକ୍ତି ସଂରକ୍ଷଣର ଗୁରୁତ୍ୱ ବିଷୟରେ ରେଳ ବ୍ୟବହାରକାରୀଙ୍କୁ ପରାମର୍ଶ ଦେବାକୁ ମଧ୍ୟ ଅନୁରୋଧ କରାଯାଇଥିଲା।
ଜଟଣୀ -ରଙ୍ଗନାଥ ବେହେରା ,୧୫/୧୨/୨୦୨୦----୫,୩୦


