ads

Breaking News

ହରିରାଜପୁର ପଞ୍ଚାୟତ କ୍ରିକେଟ ଲିଗ୍ ମ୍ୟାଚର ୯ମ ଦିବସ ; ମହାବୀର ଫାଇଟର ଓ ସୋମନାଥ ଫାଇଟର କ୍ଲବ ବିଜୟୀ


  ଡେଲାଙ୍ଗ ------  ଡେଲାଙ୍ଗ ବ୍ଲକ ଅଧିନସ୍ଥ ହରିରାଜପୁର ପଞ୍ଚାୟତ କ୍ରିକେଟ ଲିଗ୍ ସିଜିନ୬ ମ୍ୟାଚ ସୋମନାଥ ଷ୍ପୋଟିଂ ଗ୍ରାଉଣ୍ଡ ପଡିଆରେ ଅନୁଷ୍ଠିତ କ୍ରିକେଟ ମ୍ୟାଚର ୧୦ମ ଦିବସରେ ପ୍ରଥମ ମ୍ୟାଚ ସ୍ପୋଟିଙ୍ଗି କ୍ଳବ ମହାବୀର ଫାଇଟର କ୍ରିକେଟ ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଟସ୍ ଜିତି ପ୍ରଥମେ ବ୍ୟାଟି କରି   ସ୍ପୋଟିଙ୍ଗି କ୍ଳବ ଦଳ ୨୦ ଓଭର ରେ ୮ ଉଇକେଟ ହରାଇ ୧୪୦ ରନ ସଂଗ୍ରହ କରିଥିଲା ।   ଜବାବରେ ମହାବୀର ଫାଇଟର ଦଳ ୧୬ ଓଭର ୩ଟି ବଲରେ ୫ ଉଇକେଟ ହରାଇ ୧୪୧ ରନ ସଂଗ୍ରହ କରିଥିଲେ । ମହାବୀର ଫାଇଟର ଦଳ  ୫ ଉଇକେଟରେ  ବିଜୟୀ ହୋଇଥଲା । ବିକ୍ରମ ସୁବୁଦ୍ଧି , ପଙ୍କଜ ଜେନା ମ୍ୟାଚ ପରିଚାଳନା କରିଥିଲେ । ରାକେଶ ପ୍ରଧାନ ସ୍ଳୋରିଂରେ ରହିଥିଲେ । ସେହିପରି ୨ୟ ମ୍ୟାଚଟି ବ୍ଳୁ ଡାଇମଣ୍ଡ  ସହିତ ସୋମନାଥ ଫାଇଟର କ୍ରିକେଟ ଦଳ ମଧ୍ୟରେ  ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଟସ ଜିତି ବ୍ଳୁ ଡାଇମଣ୍ଡ କ୍ରିକେଟ ଦଳ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ  ୪ ଉଇକେଟ ହରାଇ ୧୭୩ ରନ ସଂଗ୍ରହ କରିଥିଲେ । ଜବାବରେ ସୋମନାଥ ଫାଇଟର ଦଳ ୧୯.୪ ବଲରେ  ସମସ୍ତ  ଉଇକେଟ ହରାଇ ୧୭୫ ରନ ସଂଗ୍ରହ କରି ୨ ରନରେ  ବିଜୟୀ ହୋଇଥିଲା । ସଂଗ୍ରାମ କେଶରୀ ଚମ୍ପତି, ସିଦ୍ଧାର୍ତ ପାତ୍ର  ମ୍ୟାଚ ପରିଚାଳନା କରିଥିବା ବେଳେ ୍ରଶୋକ କୁମାର ମହାରଣା  ସ୍କୋରିଂ କରିଥିଲେ ।

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୯/୧୨/୨୦୨୦----୯,୪୫ 

ads

Blog Archive

Popular Posts