ବ୍ଳକ ବିଜେଡି ସଭାପତିଙ୍କୁ ତାଙ୍କ ନିଜସ୍ୱ ଗ୍ରାମରେ ଅଭିନନ୍ଦନ
ସାକ୍ଷୀଗୋପାଳ ---- ନବ ନିର୍ବାଚିତ ବିଜେଡି ଦଳର ସତ୍ୟବାଦୀ ବ୍ଳକ ସଭାପତି ଭାବେ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ପ୍ରମୋଦ ରାଉତରାୟ ଦୁତୀୟ ଥର ପାଇଁ ବ୍ଳକ ବିଜେଡି ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ତାଙ୍କୁ ବିଜେଡି ଦଳର ସୁପ୍ରିମେ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏମାନଙ୍କୁ ଚୟନ କରିଛନ୍ତି । ଏହି ଖବର ପାଇବା ପରେ ବିଶେଷ କରି ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତ ବାସୀ ବହୁତ ଖୁସି ହୋଇଛନ୍ତି । ଏହି ଅବସରରେ ଶ୍ରୀ ରାଉତରାୟଙ୍କ ନରେନ୍ଦ୍ରପୁର ଗ୍ରାମ ବାସଭବନରେ ଓଡିଶା ଜୀବିକା ମିଶନ ପକ୍ଷରୁ ନିଯୁକ୍ତି ହୋଇଥିବା ଏମ, ବି,କେ ମାମିନା ମହାପାତ୍ର କୃଷିମିତ୍ର ସବିତା ମହାପାତ୍ର ବିନୋଦୀନି ମହାପାତ୍ର, ପିତ୍ରିଜିତା ପ୍ରଧାନ, ପାଣିମିତ୍ର ପିୟଦର୍ଶନୀ ମହାପାତ୍ର, ମାନି ମହାପାତ୍ର ଓ ସିଆରପି ସୌଦାମିନି ପ୍ରଧାନ, ମମିତା ପ୍ରଧାନ, ବିଣାପାଣି ରାଉତରାୟ, ଉର୍ମିଳା ପାତ୍ର ,ଶ୍ରଦ୍ଧାଞ୍ଜଳି ମହାପାତ୍ର , ମେନକା ଜେନାଙ୍କ ସହିତ ସରପଞ୍ଚ ଦୁଷନ୍ତ ପ୍ରଧାନ ଫୁଲତୋଡା ଓ ମିଠା ଦେଇ ସ୍ୱାଗତ କରିଥିଲେ । ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ସମିତିସଭ୍ୟ ପ୍ରଶାନ୍ତ ମହାପାତ୍ରଙ୍କ ନେତୃତ୍ୱରେ ସ୍ୱାଗତ ଉତ୍ସବ ଅନୁଷ୍ଠିତ ହୋଇଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି , ୧୯/୧୨/୨୦୨୦---୯,୫୦



