ରାଇକିଆରେ ମୁଁ ଚାହେଁ ସ୍ବଚ୍ଛ ପରିବେଶ କାର୍ଯ୍ୟକ୍ରମ
ରାଇକିଆ----- କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ଗୋଷ୍ଠୀ ସ୍ବାସ୍ଥ୍ୟ ପରିସରରେ 'ମୁଁ ଚାହେଁ ସ୍ବଚ୍ଛ ପରିବେଶ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସମସ୍ତ ସ୍ବାସ୍ଥ୍ୟ କର୍ମଚାରୀଙ୍କ ଦେହରେ 'ମୁଁ ଚାହେଁ ସ୍ବଚ୍ଛ ପରିବେଶ' ଏହି ପରି ଲେଖାଥିବା ଗଞ୍ଜିପିନ୍ଧି ହାତରେ ଝାଡ଼ୁ, କୋଦାଳ, ଝୁଡ଼ି ଧରି ସମସ୍ତ ସ୍ବାସ୍ଥ୍ୟ କର୍ମଚାରୀ ମିଳିତ ଭାବେ ଗୋଷ୍ଠୀ ସ୍ବାସ୍ଥ୍ୟ ପରିସରକୁ ଏକ ସ୍ବଛ ପରିବେଶ ସୃଷ୍ଟି କରିବା ପାଇଁ ଆଗେଇ ଆସିଛନ୍ତି । ପରିସର ସହ ଚତୁଃପାର୍ଶ୍ଵରେ ଅଳିଆ ଆବର୍ଜନା ସଫା କରାଯାଇଛି। ଏହି କାର୍ଯ୍ୟକ୍ରମକୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଅମିୟ ଦତ ଗିରି କୋଭିଡ-୧୯ ଦାୟିତ୍ଵରେ ଥିବା ଡ଼ାକ୍ତର ଦେବାଶିଷ ଜେନା, ଆୟୁଷ ଡାକ୍ତର ଅଶୋକ ସାମଲ,ବିପିଏମ୍ ଆଲୋକ କୁମାର ଭଞ୍ଜ, ଜିତେନ୍ଦ୍ର ଲହରିଆ,ସମିର ରଞ୍ଜନ ପଣ୍ଡା, ଷ୍ଟାଫ୍ ନର୍ସ ଅନିମା ଦିଗାଳ,ଏଚ୍ କେ ମନାଲିସା, ସଜଳା ନାୟକ,ମନାଲିସା ପ୍ରଧାନ, ମମତା, ମହାଦେବ ପ୍ରଧାନ,ଲୁଲୁ ଗୋଡ଼,ମିହିର ଦିଗାଳ,ସୁସାନ୍ତଙ୍କ ସହ ସମସ୍ତ କର୍ମଚାରୀ ମେଡିକାଲ୍ ପରିସର ଏବଂ ରାସ୍ତା କଡ଼ରେ ଥିବା ଅଳିଆ ଆବର୍ଜ୍ଜନାକୁ ଝାଡ଼ୁ ମାରି ସଫାକରି ଥିବା ଦେଖିବାକୁ ମିଳିଥିଲା।
କୋଭିଡ-୧୯ ମହାମାରୀରେ ବ୍ଲକ୍ ର ବିଭିନ୍ନ ଅଞ୍ଚଳ ଗସ୍ତ କରି ଲୋକଙ୍କୁ ଏହି ମହାମାରୀ ସଂକ୍ରମଣ ରୁ ନିଜକୁ ଏବଂ ଅନ୍ୟମାନଙ୍କୁ କିପରି ସୁରକ୍ଷିତ ରହିବାପାଇଁ ସଚେତନତା କରିବା ସହ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି ।ଏହା ସହ ରାଇକିଆ ସାପ୍ତାହିକ ହାଟରେ ସ୍ବାସ୍ଥ୍ୟ କେନ୍ଦ୍ର ଟିମ୍ ଏବଂ ବ୍ଲକ୍ ପ୍ରଶାସନ ପକ୍ଷରୁ ଲୋକଙ୍କ କୋଭିଡ ପରୀକ୍ଷା କରାଯାଉଛି। ଆଗାମୀ ଦିନରେ ସ୍ବାସ୍ଥ୍ୟ କର୍ମଚାରୀ ରହୁଥିବା କଲୋନୀରେ ମଧ୍ୟ ସଫେଇ କାର୍ଯ୍ୟକ୍ରମ କରାଯିବ ସହ ପରିବେଶକୁ ସ୍ବଚ୍ଛତା ରଖାଯିବ ବୋଲି କୁହାଯାଇଛି। ଏହି ସଫେଇ କାର୍ଯ୍ୟକୁ ବ୍ଲକ୍ ଅଞ୍ଚଳ ବାସୀଙ୍କ ପକ୍ଷରୁ ସାଧୁବାଦ ଜଣାଯାଇଛି।
ରାଇକିଆ ରୁ ରଜତ କୁମାର ନାୟକ , ୧୯/୧୨/୨୦୨୦------୧୧,୦୦




