ସ୍ୱାମିର ଚିକିତ୍ସା ପାଇଁ ଅର୍ଥ ସାଜିଲା ବାଧକ ; ସ୍ତ୍ରୀ ଦାଣ୍ଡରେ ପରିବା ବିକିଲେ
ପୁରୀ ----- ସବୁ ଠିକ ଠାକ ଚାଲିଥିବା ବେଳେ ଦଇବ ସହିଲା ନାହିଁ । ଗଛରୁ ପଡିଗଲେ ପାଦରେ କ୍ଷତ ସୃଷ୍ଟି ହେଲା । ତା ପରେ ଚିକିତ୍ସା ଆରମ୍ଭ କରାଗଲା । ଘରେ ଯାହା ଥିଲା ସମସ୍ତ ଆସବାପତ୍ର ବିକା ବଟା କରି ସ୍ୱାମୀର ଚିକିତ୍ସା କଲେ । ମାତ୍ର ଅନେକ ଦିନ ହୋଇଗଲା ପାଦତଳେ ହୋଇଥିବା କ୍ଷତ ଆଉ ଶୁଖିଲା ନାହିଁ । ଶେଷରେ ସ୍ୱାମୀର ଚିକିତ୍ସା ପାଇଁ ସ୍ତ୍ରୀ କୌଣସି ବାଟ ନ ପାଇ ପୁରୀ ବଡଶଙ୍ଖ ଉପରେ ପରିବା ଦେକାନ କରି ନିଜ ପରିବାର ମୁହଁରେ ଦାନା ଦେବା ସହ ସ୍ୱାମୀଙ୍କର ଚିକିତ୍ସା କରିବା ପାଇଁ ଅଣ୍ଟା ଭିଡିଛନ୍ତି ବନିତା ସ୍ୱାଇଁ । ସୁଚନାଯୋଗ୍ୟ ଯେ ପୁରୀ ଜିଲ୍ଲାର ସଦରବ୍ଳକ ଅନ୍ତର୍ଗତ କେତକିପାଟଣା ଗ୍ରାମର ମହେନ୍ଦ୍ର ସ୍ୱାଇଁ ୧୦ ବର୍ଷ ତଳେ ଏକ ଗଛରୁ ପଡି ଏବେ ଶର୍ଯ୍ୟାଶାୟୀ ହୋଇପଡିଛନ୍ତି । ଅନ୍ୟପଟେ ୫ ବର୍ଷର ୭ ବର୍ଷର ଦୁଇଟି ଝିଅ ଘରେ ରହିଛନ୍ତି । ସେମାନଙ୍କ ପାଠ ପଢ଼ା ସହ ଘରର ଖର୍ଚ୍ଚ ଓ ସ୍ୱାମୀଙ୍କର ଚିକିତ୍ସାରେ ଏବେ ଅର୍ଥ ସାଜିଛି ବାଧକ । କୌଣସି ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ଓ ସରକାରୀ ସାହାର୍ଯ୍ୟ ଯୋଗାଇ ଦେବାକୁ ସାମାଜିକ କର୍ମୀ ସନ୍ଦୀପ ମହାପାତ୍ର ନିବେଦନ କରିଛନ୍ତି ।
ଧୀରେନ୍ଦ୍ର ସେନାପତି, ୧୮/୧୨/୨୦୨୦---୧୦,୩୦




