ads

Breaking News

ଦିନ ଦୟାଲ କୌଶଲ୍ୟ ଯୋଜନା


 ଧରାକୋଟ-------  ଧରାକୋଟ ବ୍ଲକ ରେ ଅନୁଷ୍ଠିତ ହୋଇ ଯାଇଛି ଗ୍ରାମାଞ୍ଚଳର ଯୁବକ ଓ ଯୁବତୀମାନଙ୍କୁ ଦକ୍ଷତା ବିକାଶ ତାଲିମ  ।  ଅଧିକ ରୋଜଗାର କ୍ଷମ କରିବା ପାଇଁ ସରକାରଙ୍କ ଅଭିନବ ରୋଜଗାର ବ୍ୟବସ୍ଥା ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ।ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ରେ ଅନୁଷ୍ଠିତ ହେଉଯାଇଛି।ଏହି ଯୋଜନା ହେଉଛି ସରକାରଙ୍କର ଏକ ନିଯୁକ୍ତି ଭିତିକ ଦକ୍ଷତା ବିକାଶ ଟ୍ରେନିଙ୍ଗ ଓ ଧନ୍ଦାମୁତକ କାଯ୍ୟକ୍ରମ ।ଏହି ଟ୍ରେନିଙ୍ଗ କାଯ୍ୟକ୍ରମ ଦ୍ୱାରା ଯୁବକ ଓ ଯୁବତୀ ମାନେ ନିଜର ଦକ୍ଷତା ବଢାଇ ଭଲ ରୋଜଗାରର ସୂଫଳ ପାଇପାରିବେ।ଗ୍ରାମାଞ୍ଚଳର 18 ରୁ 35 ବର୍ଷ ବୟସର ଯୁବକ ଓ ଯୁବତୀ ମାନେଙ୍କ ପାଇଁ ଏହା ଏକ ଚାହିଦା ଭିତିକ ଦକ୍ଷତା ବିକାଶ ଟ୍ରେନିଙ୍ଗ କାଯ୍ୟକ୍ରମ।ଏହି କାଯ୍ୟକ୍ରମ ମାଧ୍ୟମରେ ଯୋଗ୍ୟ ବିବେଚିତ ଯୁବକ ଓ ଯୁବତୀ ମାନେ ମାଗଣାରେ 3ମାସ,6 ମାସ,9 ମାସ ଓ ଏକ ବର୍ଷ ଅବଧିର ଦକ୍ଷତା ବିକାଶ କଲା ପରେ ସେମାନଙ୍କୁ ବିଭିନ୍ନ କମ୍ପାନୀରେ ରାଜ୍ୟ ତଥା ରାଜ୍ୟ ବାହାରେ ନିଯୁକ୍ତି ଯୋଗାଇବାର ବ୍ୟବସ୍ଥା ମଧ୍ୟ ରହିଛି।ଆଜିର ଏହି କାଯ୍ୟକ୍ରମ ରେ ଧରାକୋଟ, ବରଡ଼ାବିଲି ଅମୁଣ୍ଡମରାଇ ଗ୍ରାମପଂଚୟତର ଅନେକ ଯୁବକ ଯୁବତୀ ଯୋଗଦେଇଥିଲେ।
ରିପୋର୍ଟ -ଧରାକୋଟ ରୁ କାଳୁ ଚରଣ ମହାପାତ୍ର,୧୮/୧୨/୨୦୨୦----- ୧୦--୧୦

ads

Blog Archive

Popular Posts