ads

Breaking News

ବନ୍ଧୁ ମିଳନ ସହିତ ଉପ ନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକ


  ଡେଲାଙ୍ଗ ----- ଡେଲାଙ୍ଗ ବ୍ଳକର ହରିରାଜପୁର ଗ୍ରାମ ପଞ୍ଚାୟତରେ ଏକ ବଂଧୁ ମିଳନ ସହ ଉପନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ମହିଳା କଂଗ୍ରେସର ସମ୍ପାଦିକା ନିରୁପମା ପାତ୍ରଙ୍କ ନେତୃତ୍ୱରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ବହୁ ଶିଘ୍ର ଉପନିର୍ବାଚନ କରାଯିବ । ସେଥିପାଇଁ କଂଗ୍ରେସ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଜୁବୁଲି ପଣ୍ଡା, ଇନତାଜ ଅଲ୍ଲୀ, ମହମ୍ମଦ ଆଣିଫ, ପଦ୍ମିନ ଦାଶ, ବିଶ୍ୱ ରଞ୍ଜନ ବଳବନ୍ତରାୟ, ସୋନମ ପଲେଇ, ରଞ୍ଜୁ ପଟ୍ଟନାୟକ, ମାଧବ ଦାସ,ବୁଧିଆ ଦାସ, ବିଭୁ ବେହେରା ବିଜୟ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ । ବିଶେଷ କରି କଂଗ୍ରେସକୁ ତୃଣମୁଳ ସ୍ତରରେ ସଂଗଠିତ କରିବା ପାଇଁ ଏହି ବୈଠକର ଆୟୋଜନ କରାଯାଇଥିବା ନେଇ ମହିଳା ନେତ୍ର ଶ୍ରୀମତି ପାତ୍ର କହିଛନ୍ତି ।

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି , ୧୮/୧୨/୨୦୨୦---୧୦,୩୫

ads

Blog Archive

Popular Posts