ବିଜେଡି ବ୍ଳକ ସଭାପତି ଭାବେ ୨ୟଥର ବୈରାଗୀ ଜେନା ହେଲେ ଓ ନୂତନ ଭାବେ ବ୍ଳକ ଅଧ୍ୟକ୍ଷ ଜିଲ୍ଲା ସମ୍ପାଦକ ଭାବେ ସ୍ଥାନ ପାଇଲେ
ଡେଲାଙ୍ଗ ---- ବିଜେଡି ଦଳର ବ୍ଳକ ସଭାପତି ଓ ଦଳୀୟ ଜିଲ୍ଲା ଉପସଭାପତି ଓ ସମ୍ପାଦକଙ୍କ ନାମ ଘୋଷଣା କରାଯାଇଛି । ଦଳକୁ ଆହୁରି ମଜବୁତ କରିବା ପାଇଁ ଦଳର ମୁଖିଆ ବା ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବ୍ଳକ ସ୍ତରୀୟ ସଭାପତି ଓ ଉପସଭାପତି ଓ ସମ୍ପାଦକ ପଦବୀ ସଂଖ୍ୟା ବଡାଯାଇ ଯୁବକ ଓ ଦଳ ପାଇଁ ଯେଉଁ କାମ କରିବେ ସେମାନଙ୍କ ନାମ ଘୋଷଣା କରାଯାଇଛି । ଏହାକୁ ନେଇ ଡେଲାଙ୍ଗରେ ଖୁସିର ଲହରୀ ଖେଳିଯାଇଛି । ବ୍ଳକ ବିଜେଡି ସଭାପତି ଭାବେ ବୈରାଗୀ ଜେନା ଦୁତୀୟ ଥର ପାଇଁ ମନୋନୀତ ହୋଇଛନ୍ତି । ସେହିପରି ପୁରୀ ଜିଲ୍ଲାରେ ଉପସଭାପତି ଭାବେ ଡେଲାଙ୍ଗ ବ୍ଳକର ଜିଲ୍ଲାପରିଷଦ ସଭ୍ୟ ଦେବାଶିଷ ନନ୍ଦ ସ୍ଥାନ ପାଇଥବା ବେଳେ ବ୍ଳକର ଅଧ୍ୟକ୍ଷ ପ୍ରସନ୍ନ ସାହୁ ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି । ଯାହାକି ଡେଲାଙ୍ଗ ବିଜେଡି ଦଳକୁ ଅଧିକରୁ ଅଧିକ ବଜବୁତ କରାଯିବ ବୋଲି ନୂତନ ଭାବେ ମନୋନୀତ ହୋଇଥିବା ସମ୍ପାଦକ ଶ୍ରୀ ସାହୁ କହିଛନ୍ତି । ବିଜେଡି ସରକାର କରିଥିବା ଯୋଜନା ସମ୍ପର୍କରେ ଅବଗତ କରିବା ସହ ପ୍ରତି ପରିବାର ଯେପରି ସାମିଲ ହୋଇ ପାରିବେ ସେଥିପ୍ରତି ନଜର ଦିଆଯିବ ବୋଲି ବ୍ଳକ ସଭାପତି ଶ୍ରୀ ଜେନା କହିଛନ୍ତି । ଏହି ଖବର ପ୍ରସାରିତ ହେବା ପରେ ଡେଲାଙ୍ଗରେ ଖୁସିର ଲହରୀ ଖେଳିଯାଇଛି । ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ, ମହିଳା ଗୋଷ୍ଠୀ ପକ୍ଷରୁ ନିଯୁକ୍ତି ପାଇଥିବା ସଭାପତି , ଜିଲ୍ଲା ଉପସଭାପତି ଓ ସମ୍ପାଦକଙ୍କୁ ସ୍ୱାର୍ଗତ କରାଯିବା ସହ ବିଜେଡି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକୟଙ୍କୁ ସାଧୁବାଦ ଜଣାଇଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୮/୧୨/୨୦୨୦----୬.୧୫



