ହରିରାଜପୁର ପଞ୍ଚାୟତ କ୍ରିକେଟ ଲିଗ୍ ମ୍ୟାଚର ୮ମ ଦିବସ ; ବ୍ଳାକ ଟାଇଗର ଓ ବରୁଣେଇ ଫାଇଟର କ୍ଲବ ବିଜୟୀ
ଡେଲାଙ୍ଗ ------ ଡେଲାଙ୍ଗ ବ୍ଲକ ଅଧିନସ୍ଥ ହରିରାଜପୁର ପଞ୍ଚାୟତ କ୍ରିକେଟ ଲିଗ୍ ସିଜିନ୬ ମ୍ୟାଚ ସୋମନାଥ ଷ୍ପୋଟିଂ ଗ୍ରାଉଣ୍ଡ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଅଷ୍ଟମ ଦିବସରେ ପ୍ରଥମ ମ୍ୟାଚ ମହାବୀରି ଫାଇଟର କ୍ରିକେଟ ଦଳ ସହିତ ବରୁଣେଇ ଫାଇଟର ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଟସ୍ ଜିତି ପ୍ରଥମେ ବ୍ୟାଟି କରି ମହାବୀରି ଫାଇଟର ଦଳ ୨୦ ଓଭର ରେ ୯ ଉଇକେଟ ହରାଇ ୧୦୮ ରନ ସଂଗ୍ରହ କରିଥିଲା । ଜବାବରେ ବରୁଣେଇ ଫାଇଟର ଦଳ ୧୮.୨ ବଲରେ ୯ଉଇକେଟ ହରାଇ ୧୧୨ ରନ ସଂଗ୍ରହ କରିଥିଲେ । ବରୁଣେଇ ଫାଇଟର ଦଳ ୪ ରନରେ ବିଜୟୀ ହୋଇଥଲା । ସିଦ୍ଧାର୍ଥ ପାତ୍ର ଓ ରମେଶ ମହାରଥୀ ମ୍ୟାଚ ପରିଚାଳନା କରିଥିଲେ । ପ୍ରକାଶ କୁମାର ପ୍ରଧାନ ସ୍ଳୋରିଂରେ ରହିଥିଲେ । ସେହିପରି ୨ୟ ମ୍ୟାଚଟି ବ୍ଳୁ ଡାଇମଣ୍ଡ କ୍ଳବ ସହିତ ବ୍ଳାକ ଟାଇଗର କ୍ରିକେଟ ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଟସ ଜିତି ବ୍ଳୁ ଡାଇମଣ୍ଡ କ୍ଳବ ଦଳ ପ୍ରଥମେ ବ୍ୟାଟିଂ କରି ୧୯.୩ ବଲରେ ସମସ୍ତ ଉଇକେଟ ହରାଇ ୧୨୬ ରନ ସଂଗ୍ରହ କରିଥିଲେ । ଜବାବରେ ବ୍ଳାକ ଟାଇଗର ଦଳ ୧୯ ଓରରରେ ୬ ଉଇକେଟ ହରାଇ ୧୩୧ ରନ ସଂଗ୍ରହ କରି ୪ ଉଇକେଟରେ ବିଜୟୀ ହୋଇଥିଲା । ଦୀପକ ସାଇରାମ ଓ ଲଲାଟେନ୍ଦୁ ପାତ୍ର ମ୍ୟାଚ ପରିଚାଳନା କରିଥିବା ବେଳେ ସଂଗ୍ରାମ ଚମ୍ପତି ସ୍କୋରିଂ କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୮/୧୨/୨୦୨୦----୬.୧୦



