ରାଜନୈତିକ ଓ ପ୍ରଶାସନ ର ମଧୁଚନ୍ଦ୍ରିକା କାରଣରୁ ରାସନ କାର୍ଡ଼ ପାଇବାରୁ ବଞ୍ଚିତ ୧୨୩ ପରିବାର
ଗଞ୍ଜାମ------ ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଜଗମୋହନ ଗ୍ରାମ ପଞ୍ଚାୟତ ଅଧିନସ୍ଥ ନନ୍ଦିଗୋର ଗ୍ରାମରେ ରାଜନୈତିକ ଆକ୍ରୋସ କାରଣରୁ ୧୨୩ ପରିବାର ରାସନ କାର୍ଡ଼ ପାଇବାରୁ ବଞ୍ଚିତ ହୋଇଥିବା ନେଇ ଅଭିଯୋଗ କରିଛନ୍ତି। ଗତ ନଭେମ୍ବର ମାସରେ ଏହି ଗ୍ରାମର ୧୨୩ ଜଣଙ୍କ ନାମରେ ରାସନ କାର୍ଡ଼ ଆସିଥିଲା ,ଏପରିକି ରାସନ କାର୍ଡ଼ ଗୁଡିକୁ ଆଣିବା ପାଇଁ ସେମାନଙ୍କୁ ପଂଚାୟତ ଅଫିସକୁ ଯିବାକୁ ମଧ୍ୟ କୁହା ଯାଇଥିଲା । ହେଲେ ରାଜନୈତିକ ଆକ୍ରୋସ କାରଣରୁ ସେମାନଙ୍କୁ କାର୍ଡ ପ୍ରଦାନ କରାଯାଇନଥିଲା।ଏହାପରେ ସେମାନେ ବହୁବାର ପଞ୍ଚାୟତକୁ ଯାଇଥିଲେ ମଧ୍ୟ ସେମାନଙ୍କ ନାମରେ ଆସିଥିବା ରାସନ କାର୍ଡ଼ ସେମାନେ ପାଇନଥିଲେ।ଶେଷରେ ସେମାନେ ଜାଣିବାକୁ ପାଇଥିଲେଯେ ସେମାନଙ୍କ ନାମରେ ଆସିଥିବା ରାସନ କାର୍ଡ଼ ଗୁଡିକ ହିତାଧିକାରୀ ତାଲିକାରୁ ବାଦ ଦିଆ ଯାଉଛି।ଏନେଇ ସେମାନେ ଧରାକୋଟ BDOଙ୍କୁ ଜଣାଇବା ସହ ଏକ ଲିଖିତ ଅଭିଯୋଗ କରିଥିଲେ । BDO ତାଙ୍କ ଅଗୋଚରରେ ଯୋଗାଣ ନିରୀକ୍ଷକ ସେମାନଙ୍କ ନାମ ହିତାଧିକାରୀ ତାଲିକାରୁ କଣ ପାଇଁ ବାଦ ଦେଇଛନ୍ତି ତାହା ଜାଣିନାହାନ୍ତି ବୋଲି କହିଥିଲେ । ତଦନ୍ତ କଲେ ଜଣା ପଡିବ ବୋଲି ସଫେଇ ଦେଇଥିଲେ।ତେଣୁ ରାସନ କାର୍ଡ଼ ପାଇବାରୁ ବଞ୍ଚିତ ଲୋକେ ଉପଜିଲ୍ଲାପାଳ, ଗଞ୍ଜାମ ଜିଲ୍ଲାପାଳ, ଜିଲ୍ଲା ଯୋଗାଣ ଅଧିକାରୀଙ୍କ ପାଖକୁ ଡାକଯୋଗେ ଲିଖିତ ଅଭିଯୋଗ କରିଛନ୍ତି ବୋଲି କହିଛନ୍ତି।ରାଜନେତା ଓ ସରକାରୀ ବାବୁଙ୍କ ମଧୁଚନ୍ଦ୍ରୀକା କାରଣରୁ ଗୋଟିଏ ଗ୍ରାମ ପଞ୍ଚାୟତର, ଗୋଟିଏ ଗ୍ରାମର ୧୨୩ ଜଣ ପରିବାର ନାମରେ ଆସିଥିବା ସମସ୍ତ ରାସନ କାର୍ଡ଼ ଗୁଡିକୁ ବାଦ ଦିଆ ଯାଇଛି ବୋଲି ଲୋକେ ଦାବି କରିବା ସହ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରି ଏଥିରେ ଜଡିତ ଥିବା ହିନଚକ୍ରାନ୍ତ କାରୀଙ୍କ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେଇ ସେମାନଙ୍କ ନାମରେ ଆସିଥିବା ରାସନ କାର୍ଡ଼ ଗୁଡିକୁ ଫେରାଇବାକୁ ଦାବି କରିଛନ୍ତି।ଏଠି ପ୍ରଶ୍ନ ଉଠେ ରାସନ କାର୍ଡ ସରକାର ଙ୍କ ପ୍ରହସନ କି ?କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଙ୍କ କୋରୋନା ସମୟ ର ସାହାଯ୍ୟ ରୁ ମଧ୍ୟ୍ୟ ଏହି ପରିବାର ବଞ୍ଚିତ କାହିଁକି ? ସେ ସମୟରେ ଜିଲ୍ଲାପାଳ କ୍ଷମତା ରେ ଥିବା ସରପଞ୍ଚ କାହିଁକି କରି ନଥିଲେ ସାହାଯ୍ୟ ? ଏଥିରୁ ସିଧା ଜଣା ପଡୁଛି ରାଜ ନୀତି କାଟୁଛି ଗରିବ ର ପେଟ । ଜିଲ୍ଲାପାଳ ଓ ଉପଜିଲ୍ଲା ପାଳଙ୍କ ନଜର ରେ କାହିଁକି ରାଜନୀତି ର ଶିକାର ଏହି ଗରିବ ଓ ଖଟି ଖିଆ ପରିବାର ? । ଏହି ଭଳି ଧରାକୋଟ ବ୍ଲକ ର ଅଠର ଟି ପଂଚାୟତ ରେ ରାଜନୀତି ଆକ୍ରୋଶ ର ଶିକାର ହେଉ ଛନ୍ତି ଗରିବ ଶ୍ରେଣୀ ର ଖଟି ଖିଆ ପରିବାର ।
ଏନେଇ ଆମେ ଆମେ ସରପଞ୍ଚଙ୍କ ପ୍ରତିକ୍ରିୟା ମଧ୍ୟ ନେଇଥିଲୁ ସେ ତାଙ୍କ ପଂଚାୟତ ପାଇଁ ୨୫୦ ରାସନ କାର୍ଡର ଆବଶ୍ୟକ ଥିବାବେଳେ ୧୨୩ ଟି କାର୍ଡ଼ ଆସିଥିବାରୁ ଏହିଭଳି କରାଯାଇଛି ବୋଲି ସଫେଇ ଦେଇଛନ୍ତି।ହେଲେ ଆମେ ଆଶାକରୁ ଜିଲ୍ଲା ପ୍ରଶାସନ ଯଥା ଶୀଘ୍ର ଏହାର ତଦନ୍ତ କରି ଯୋଗ୍ୟହିତାଧିକାରୀଙ୍କୁ ସେମାନଙ୍କ ନାମରେ ଆସିଥିବା ରାସନ କାର୍ଡ଼ ଗୁଡିକୁ ପ୍ରଦାନକରିବେ ବୋଲି ଲୋକମାନେ ଆଶା ରଖିଛନ୍ତି । ଗଞ୍ଜାମ ରୁ କାଳୁ ଚରଣ ମହାପାତ୍ର , ୧୭/୧୨/ ୨୦୨୦---୬,୫୦



