ads

Breaking News

ଜୟୀ ରାଜଗୁରୁଙ୍କ ଶ୍ରାଦ୍ଧୋତ୍ସବ ଉତ୍ସବରେ ରକ୍ତଦାନ ଶିବିର


 ପୁରୀ -----  ଓଡିଆ ମାଟିର ବୀର ସୁପୁତ୍ର ଯୁଗ ପୁରୁଷ ତଥା ମହାନ ସ୍ୱାଧୀନତା  ସଂଗ୍ରାମୀ  ଜୟୀ ରାଜଗୁରୁଙ୍କ ୨୧୪ତମ ଶ୍ରାଦ୍ଧୋତ୍ସବ ଅବସରରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଛି । ଭାରତ ମୁକ୍ତି ସଂଗ୍ରାମର ପ୍ରଥମ ଓଡିଆ ସହୀଦ ସଂଗ୍ରାମୀ ଜୟୀ ରାଜଗୁରୁଙ୍କ ନିଜ ଜନ୍ମମାଟି ବୀର ହରେକୃଷ୍ଣପୁର ଗ୍ରାମରେଏହି ରକ୍ତ ଦାନ ଶିବିରଟିର ଆୟୋଜନ କରାଯାଇଥିଲା ।ଏହି ଶିବିରକୁ ସମର୍ପଣ ଓ ଜୟୀ ରାଜଗୁରୁ ଯୁବକ ସଂଘ ଅନୁଷ୍ଠାନ ପକ୍ଷରୁ ଆୟୋଜନ କରାଯାଇଥିଲା । ଏଥିରେ ପୁରୀ ବିଧାୟକ ଜୟନ୍ତ କୁମାର ଷଢ଼ଙ୍ଗୀ ଯୋଗଦେଇ  ରକ୍ତଦାତା ଓ ଆୟୋଜକ ମାନଙ୍କୁ ଉତ୍ସାହିତ କରିଥିଲେ । ପୁରୀ ରକ୍ତ ଭଣ୍ଡାରର ଡାକ୍ତର ଓ  କର୍ମଚାରୀ ମାନେ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ । ରକ୍ତର ଅଭାବ ଥିବାରୁ ଏବଂ ଯୁବ ପୀଢ଼ିଙ୍କୁ ଏହି ମହôତ କାର୍ଯ୍ୟରେ ଉତ୍ସାହିତ କରିବା ଶିବିରର ମୁଖ୍ୟ ଲକ୍ଷ୍ୟ ରହିଥିଲା । ରକ୍ତଦାନ ଶିବିରରେ ମୋଟ ୫୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ସାହିଭାଇ ଅନୁଷ୍ଠାନ ପକ୍ଷରୁ ଗ୍ରାମ ମୁଣ୍ଡରେ ଥିବା ଜୟୀ ରାଜଗୁରୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରାଯିବା ସହ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

  , ୬/୧୨/୨୦୨୦, ୭, ୩୭

ads

Blog Archive

Popular Posts