ସତ୍ୟବାଦୀରେ ସ୍ୱତନ୍ତ୍ର ଭୋଟର ତାଳିକା ସଂଶୋଧନ
ସାକ୍ଷୀଗୋପାଳ ----- ନୂତନ ଭୋଟର ତାଳିକା ପ୍ରକାଶ ପାଇବା ଆଗରୁ ଭୋଟର ମାନଙ୍କୁ କେତେକ ସୁବିଧା ସୁଯୋଗ ନିର୍ବାଚନ କମିଶନର ଦେଇଛନ୍ତି । ସତ୍ୟବାଦୀ ବ୍ଳକର ସମସ୍ତ ଭୋଟର ବୁଥ ଗୁଡିକରେ ଅଙ୍ଗନୱାଡି କର୍ମୀ ଓ ଶିକ୍ଷକମାନେ ବି, ଏଲ, ଓ ଭାବେ ନିଯୁକ୍ତି ପାଇ ଭୋଟର ତାଲିକା ସଂଶୋଧନ କାର୍ଯ୍ୟରେ ନିୟୋଜିତ ରହିଛନ୍ତି । ଏହି ଅବସରରେ ୫ ଓ ୬ ଦୁଇଦିନ ସ୍ୱତନ୍ତ୍ର ତାରିଖ କରାଯାଇଥିଲା । ଯେଉଁ ମାନଙ୍କୁ ୧୮ ବର୍ଷରୁ ଅଧିକ ହୋଇଛି ସେମାନେ ଭୋଟର ତାଳିକାରେ ନାମ ପଞ୍ଜିକରଣ କରି ପାରିବେ ବା ଭୋଟର ତାଳିକାରେ ନାମ, ଠିକଣା, ଜନ୍ମ ତାରିଖ ଭୁଲ ରହିଛି ସେମାନେ ସମସ୍ତ ତଥ୍ୟ ଦେଇ ଉଦ୍ଦିଷ୍ଟ ଫର୍ମ ପୁରଣ କରି ଦେଇ ପାରିବେ । ସେହିପରି ଜଣଙ୍କ ନାମ ଦୁଇଟି ଭୋଟର କେନ୍ଦ୍ରରେ ରହିଛି ସେମାନେ କାଟି ପାରିବେ ।ଏହି କାର୍ଯ୍ୟକ୍ରମ ସତ୍ୟବାଦୀ ବ୍ଳକରେ କିପରି ଚାଳିଛି ତଦାରଖ କରିବା ପାଇଁ ଡିପିସି ତଥା ସ୍ୱତନ୍ତ୍ର ଅଧିକାରିଣୀ ସୌନ୍ଦର୍ଯ୍ୟ ମଞ୍ଜରୀ ଦାଶ , ବିଡିଓ କ୍ଷୀରୋଦ କୁମାର ବେହେରାଙ୍କ ସହ ଜିପିଓ ଦାୟତ୍ୱରେ ଥିବା ପିଏ ସୌଭାଗ୍ୟ ଜୟପୁର, ଶ୍ରୀରାମଚନ୍ଦ୍ରପୁର, ଫୁଲ ଅଳସା, ପେଣ୍ଠପଡା, ଅଳଗୁମ, ନୁଆସମେଶ୍ୱରପୁର ଆଦି ଗ୍ରାମ ପଞ୍ଚାୟତ ବିଭିନ୍ନ ବୁଥ ବୁଲିବା ସହ ଲୋକମାନେ ଦେଉଥିବା ଫର୍ମ ଗୁଡିକ ଦେଖିଥଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି , ୬/୧୨/୨୦୨୦----୭,୪୦




