ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ତରଫରୁ ଶ୍ରଦ୍ଧାଞ୍ଜଳି ଦିବସ ପାଳିତ
ଜଟଣୀ------ ସଞ୍ଜୁକ୍ତ କୃଷକ ମୋର୍ଚ୍ଚା ଆହ୍ୱାନକ୍ରମେ ଦେଶବାସୀ ଚାଲିଥିବା ଶ୍ରଦ୍ଧାଞ୍ଜଳି ଦିବଶରେ ଆଜି ଜଟଣୀ ବ୍ଲକ ଅନ୍ତର୍ଗତ ପଦନପୁର ପଂଚାୟତର ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ତରଫରୁ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଐତିହାସିକ କୃଷକ ଆନ୍ଦୋଳନରେ ସହିଦ କୃଷକ ମାନଙ୍କ ଆତ୍ମାର ସଦଗତି ନିମନ୍ତେ ସମ୍ମାନ ପୂର୍ବକ ସ୍ମୃତି ଉଦେଶ୍ୟରେ ବେଲପଡା ବଜାର ଠାରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତିତ୍ୱ କରିଥିଲେ ବିପିନ ବିହାରୀ ସୁନ୍ଦରାୟ, କୃଷକ ମୋର୍ଚ୍ଚାର ଆବାହକ ସାରଙ୍ଗ ଧର ବେହେରା, ଟୁକୁନା ମହାପାତ୍ର, ବ୍ରହ୍ମାନନ୍ଦ ମହାପାତ୍ର, ପ୍ରଶାନ୍ତ ମହାପାତ୍ର, ବେଣୁଧର ନାୟକ, ଆଇଁଠି ନାୟକ ପ୍ରଭୁତି ଯୋଗଦାନ ଦେଇଥିଲେ ।
ଜଟଣୀ -ରଙ୍ଗନାଥ ବେହେରା ,୨୦/୧୨/୨୦୨୦----୮,୩୦




