ଡେଲାଙ୍ଗରେ ବିଜେଡିର ନୁତନ କର୍ମକର୍ତ୍ତାଙ୍କୁ ସ୍ୱାଗତ
ଡେଲାଙ୍ଗ ---- ପୁରୀ ଜିଲ୍ଲା ବିଜୁ ଜନତା ଦଳର ନବ ନିଯୁକ୍ତି କର୍ମ କର୍ତ୍ତା ମାନଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଚୟନ କରିଛନ୍ତି । ଏଥିରେ ପିପିଲି ଡେଲାଙ୍ଗ ନିର୍ବାଚନ ମଣ୍ଡଳିରୁ ୫ଜଣ ନୁତନ କର୍ମକର୍ତାଙ୍କ ନାମ ଘୋଷଣା ହୋଇଥିବା ବେଳେ ୩ଜଣଙ୍କୁ ପୁନଃ ନିଯୁକ୍ତ ଦାୟିତ୍ୱ ର ପଦ ମିଳିଛି । ଏହି ପରିପ୍ରେକ୍ଷୀରେ ଡେଲାଙ୍ଗ ଷ୍ଟେସନ ବଜାରସ୍ଥିତ କୃଷକ ଭବନଠାରେ ବ୍ଲକ ବିଜେଡି ସଭାପତି ଭାବେ ପୁନଃ ନିଯୁକ୍ତ ପାଇଥିବା ବୈରାଗୀ ଜେନା,ବ୍ଲକ ଅଧ୍ୟକ୍ଷ ତଥା ନବ ନିଯୁକ୍ତ ଜିଲ୍ଲା ବିଜେଡି ସମ୍ପାଦକ ଭାବେ ପ୍ରସନ୍ନ ସାହୁ, ସେହିପରି ଆତ୍ମା ଅଧ୍ୟକ୍ଷ ପିପିଲି ତଥା ବିଜେଡି ଜିଲ୍ଲା ସମ୍ପାଦକ ଧରଣୀଧର ସାହୁ, ଜିଲ୍ଲାପରିଷଦ ସଭ୍ୟ ତଥା ପୁରୀ ଜିଲ୍ଲା ଉପସଭାପତି ଦେବାଶିଷ ନନ୍ଦଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ ସ୍ୱାଗତ ସମ୍ବାର୍ଦ୍ଧନା ଦିଆଯାଇଛି ।ଏହି କାର୍ଯ୍ୟକ୍ରମରେ ମିଶନଶକ୍ତି ମହିଳା ମହାସଂଘ ସମ୍ପାଦିକା ବାସନ୍ତି ସାହୁ,ପୁର୍ବତନ ସରପଞ୍ଚ ଦୁର୍ଯ୍ୟୋଧନ ସାହୁ,ସମବାୟବିତ୍ ନବଘନ ପ୍ରଧାନ,ଧାନକେରା ସରପଞ୍ଚ ପ୍ରସନ୍ନ କୁମାର ଜେନା,ସୁଜନପୁର ପଞ୍ଚାୟତର ପୁର୍ବତନ ସରପଞ୍ଚ ବିପିନୀ ବିହାରୀ ନରେନ୍ଦ୍ର,ଗୁଆଳିପଡା ପଞ୍ଚାୟତର ସରପଞ୍ଚ କାଳନ୍ଦୀ ଜେନା,ଯୁବନେତା ରତ୍ନାକର ଜେନା ଓ ସୈାମ୍ୟ ରଞ୍ଜନ ରାଉତ ,ଛାତ୍ରନେତା ଦିବାକର ମୁଦୁଲି ଓ ବିଶ୍ୱନାଥ ସାହୁ ପ୍ରମୂଖମାନେ ଉପସ୍ଥିତ ରହି ନବ ନିଯୁକ୍ତ ନୂତନ କର୍ମକର୍ତାଙ୍କୁ ଫୁଲ ତୋଡା ଓ ଉତରୀୟ ଦେଇ ସ୍ୱାଗତ କରିଥିଲେ । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୯/୧୨/୨୦୨୦---୯,୫୫



