ads

Breaking News

ଲାୟନ୍ସ କ୍ଲବ ତରଫରୁ ବସ୍ତିରେ ଶୁଖିଲା ଖାଦ୍ୟ ,ସାନିଟାଇଜର, ସାବୁନ, ମାସ୍କ ଆଦି ବଣ୍ଟନ



ଜଟଣୀ -ଲାୟନ୍ସ କ୍ଲବ ଭୁବନେଶ୍ୱର  ଆନୁକୂଲ୍ୟରେ ଏବଂ ଜଟଣୀ ନିର୍ବାଚନ ମଣ୍ଡଳୀର ଯୁବ ନେତା ଶ୍ରୀ ବିଶ୍ୱରଞ୍ଜନ ବଡ଼ଜେନାଙ୍କ ସହଯୋଗରେ ଜଟଣୀର ପୌରପରିଷଦ ଅନ୍ତର୍ଗତ   ୭ ନଂ ୱାର୍ଡର ମୁଣ୍ଡିଆସାହି ବସ୍ତିରେ 200ଜଣ ବସ୍ତିବାସିନ୍ଦାଙ୍କୁ ଲାୟନ୍ସ ଇଣ୍ଟର ନ୍ଯାସନାଲ ଫାଉଣ୍ଡେସନର କୋଭିଡ-19 ଅନୁଦାନ ସହାୟତାରେ ଶୁଖିଲାଖାଦ୍ୟ ଏବଂ ସାନିଟାଈଜର, ସାବୁନ, ମାସ୍କ ଆଦି ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଲାୟନ୍ସ ଇଣ୍ଟରନେସନାଲ ଡିସଟ୍ରିକ୍ଟର ଭାଇସ ଡିସଟ୍ରିକ୍ଟ ଗଭର୍ଣ୍ଣର ଲୟନ (ଇଂ )ପୂର୍ଣଚନ୍ଦ୍ର ପଢି, ଭୁବନେଶ୍ୱର ସିଟିର ପ୍ରେସିଡେଣ୍ଟ ଲୟନ ଡ଼ଃ ହେମନ୍ତ ଖୁଣ୍ଟିଆ, ଲୟନ ଅମୀୟ କୁମାର ବଡ଼ଜେନା, ମିଟୁ ମାର୍ଥା,ସତୀଶ ଶର୍ମା, ବାଇନ ପ୍ରଧାନ ପ୍ରମୁଖ ଉପସ୍ଥିତିରେ ଉପରୋକ୍ତ ସହାୟତା ପ୍ରଦାନ କରାଯାଇଥିଲା  । 
ଜଟଣୀ ରୁ  ରଙ୍ଗନାଥ ବେହେରା , ୨୦/୧୨/୨୦୨୦----୯,୦୦

ads

Blog Archive

Popular Posts