ads

Breaking News

୧୭୦ ଜଣ ଛାତ୍ର ଛାତ୍ରୀ ପଞ୍ଚମ ବେଧାବୃତି ପରୀକ୍ଷା ଦେଲେ


  ଡେଲାଙ୍ଗ ------ ଡେଲାଙ୍ଗ ବ୍ଳକର ରାଧାକାନ୍ତ ଉଚ୍ଚ ବିଦ୍ୟାପୀଠ ଓ ବେରବୋଇ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଡେଲାଙ୍ଗ ବ୍ଳକର ବିଭିନ୍ନ ବିଦ୍ୟାଳୟର  ୧୭୦ ଜଣ ଛାତ୍ର ଛାତ୍ରୀ ପଞ୍ଚମ ବେଧାବୃତି ପରୀକ୍ଷା ଦେଇଛନ୍ତି । ସୁଚନା ଯୋଗ୍ୟ ଯେ  ୧୮୫ ଜଣ ଛାତ୍ର ଛାତ୍ର ଏହି ପରୀକ୍ଷା ଦେବାପାଇଁ ଫର୍ମ ପୂରଣ କରିଥିବା ବେଳେ ୧୭୦ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବ୍ଳକ ଶିକ୍ଷା ଅଧିକାରୀ ନିରଞ୍ଜନ ପାତ୍ରଙ୍କ ଠାରୁ ସୂଚନା ମିଳିଛି । ରଧାକାନ୍ତ ଉଚ୍ଚ ବିଦ୍ୟାପୀଠରେ ୮୯ ଜଣ ପିଲା ପରୀକ୍ଷା ଦେବାର ଥିବା ବେଳେ ସେମାନଙ୍କ ମଧ୍ୟରୁ ୮ ଜଣ କୌଣସି କାରଣ ଯୋଗୁ ଅନୁପସ୍ଥିତ ରହିଥିଲେ । ସେହିପରି ବେରବୋଇ ଉଚ୍ଚ ବିଦ୍ୟାଳୟରେ ୯୬ ଜଣ ପରୀକ୍ଷା ଦେବାକୁ ଥିବା ବେଳେ ୭ ଜଣ ଅନୁପସ୍ଥିତ ରହିଛନ୍ତି ।  ସକାଳ୧୦ଟାରୁ ଆରମ୍ଭ ହୋଇ ୧୨ଟା ଶେଷ ହୋଇଥିଲା । ରାଧାକାନ୍ତ ଉଚ୍ଚ ବିଦ୍ୟାପୀଠର ପରୀକ୍ଷା କେନ୍ଦ୍ରର ଅଧିକ୍ଷକ ଅଜୟ କୁମାର ଭୋଇ ରହିଥିବା ବେଳେ ପର୍ଯ୍ୟବେକ୍ଷକ ଭାବେ ବ୍ଳକ ଶିକ୍ଷା ଅଧିକାରୀ ନିରଞ୍ଜନ ପାତ୍ର ରହିଥିଲେ । ସେହପରି ବେରବୋଇ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ କାମିନୀ ବେହେରା ପରୀକ୍ଷା କେନ୍ଦ୍ରର ଅଧିକ୍ଷକ ରହିଥବା ବେଳେ ବ୍ଳକ ସହସରକାରୀ ଶିକ୍ଷା ଅଧିକାରୀ ଯୁଧିଷ୍ଠିର ପରିଡା ପର୍ଯ୍ୟବେକ୍ଷକ ଭାବେ ଉପସ୍ଥିତ ରହି କୋଭିଡ-୧୯ ଆଇନ ଅନୁଯାୟୀ ପରୀକ୍ଷା ପରିଚାଳନା କରିଥିଲେ ।  ପରୀକ୍ଷା ଦେବାକୁ ଆସିଥିବା ଛାତ୍ର ଛାତ୍ର ମାନେ ମୁହଁରେ ମାସ୍କ ଲଗାଇବା ସହ ହାତକୁ ସାନିଟାଇଜର ବ୍ୟବହାର କରିଥିଲେ । ବିଶେଷ କରି ପରୀକ୍ଷା କେନ୍ଦ୍ରରେ ସାମାଜିକ ଦୂରତା ରକ୍ଷା କରି ପରୀକ୍ଷା କରାଯାଇଥିଲା ବୋଲି ବ୍ଳକ ସହଶିକ୍ଷା ଅଧିକାରୀ  ଶ୍ରୀ ପରିଡାଙ୍କ ଠାରୁସୁଚନା ମିଳିଛି । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୭/୧୨/୨୦୨୦----୬,୦୫  

ads

Blog Archive