ଆନ୍ଦୋଳନରୁ ଓହରିଲେ ଜଟଣୀ ପୌରପରିଷଦର ସଫେଇ ଠିକା କର୍ମଚାରୀ ; ସମସ୍ତ ଦାବିକୁ ମାନିନେଲେ ପୌରନିର୍ବାହୀ ଅଧିକାରୀ
ଜଟଣୀ-----ଜଟଣୀ ପୌରାପରିଷଦର ଅସ୍ଥାୟୀ ସଫେଇ କର୍ମଚାରୀମାନେ ଆଜକୁ ଦୀର୍ଘ 5 ଦିନର ଆନ୍ଦୋଳନ ପରେ ସମସ୍ତ ଦାବିକୁ ମାନିନେଲେ ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲ୍ଲୀପ କୁମାର ମହାନ୍ତି । ଦୀର୍ଘ ପାଞ୍ଚ ଦିନର ସଂଘର୍ଷ ପରେ ଭୁବେନେଶ୍ୱର ସାଂସଦ ପ୍ରତିନିଧି ବାଇନ ପ୍ରଧାନଙ୍କ ହସ୍ତକ୍ଷେପରେ ଜଟଣୀ ପୌରପରିଷଦର ସଫେଇ ଠିକା କର୍ମଚାରୀଙ୍କ ବିଭିନ୍ନ ଦାବିକୁ ସୁଫଳରୂପରେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହଯୋଗରେ ଆଜି ସନ୍ଧ୍ୟାରେ ସମାଧାନର ଶେଷପାଦରେ ପହଞ୍ଚିଛି ।ସଫେଇ ଠିକା କର୍ମଚାରୀଙ୍କ ସମସ୍ତ ଦାବିକୁ ଯଥାଶୀଘ୍ର ସମ୍ପାଦନ କରାଯିବାର ପ୍ରତିଶୃତି ପରେ ଆନ୍ଦୋଳନରୁ ଓହରି ଯାଇଛନ୍ତି ସଫେଇ କର୍ମଚାରୀମାନେ ଆସନ୍ତା କାଲିଠାରୁ କାର୍ଯ୍ୟରେ ଯୋଗ ଦେବେ ବୋଲି ସୂଚନା ପ୍ରଦାନ କରିଛନ୍ତି ।
ଜଟଣୀ --ରଙ୍ଗନାଥ ବେହେରା , ୧୭/୧୨/୨୦୨୦-----୬,୩୦



