ଅଲ ଇଣ୍ଡିଆ କିଷାନ କ୍ଷେତ ମଜୁଦୁର ସଂଘଠନ ପକ୍ଷରୁ ଡେଲାଙ୍ଗରେ ପ୍ରଧାନମନ୍ତ୍ରୀଙ୍କ କୁଶ ପୁତଳିକା ଦାହ
ଡେଲାଙ୍ଗ- ---- ଅଲ ଇଣ୍ଡିଆ କିଷାନ କ୍ଷେତ୍ର ସମନ୍ୱୟ ସମିତି ଆହ୍ୱାନକ୍ରମେ ଡେଲାଙ୍ଗ ଷ୍ଟେସନ ବଜାର ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୁଶପୁତଳିକା ଦାହ କରାଯାଇଛି । ଏହି ଅବସରରେ ଅଲ ଇଣ୍ଡିଆ କିଷାନ କ୍ଷେତ ମଜୁଦୁର ସଂଘଠନ ର ରାଜ୍ୟ ସମ୍ପାଦକ କମ୍ରେଡ୍ ରଘୁନାଥ ଦାଶ ଯୋଗଦେଇ କେନ୍ଦ୍ର ସରକାରାଙ୍କ କୃଷି ମାରଣ ନୀତି ଆଇନ ପ୍ରଣୟନ ଦ୍ୱାରା ଚାଷିମାନେ କିଭଳି କ୍ଷତିଗ୍ରସ୍ତ ହେବେ ସେ ସମ୍ପର୍କରେ ମତ ରଖିଥଲେ । ବିଶେଷ କରି ବିଜେପି ସରକାରଙ୍କ ଦ୍ୱାରା ଆସିଥିବା ୩ଟି କଳା ଆଇନି ଯଥା-ଅତ୍ୟାବଶ୍ୟକୀୟ ସାମଗ୍ରୀ ସଂଶୋଧନ ଆଇନ,ଘରୋଇ ମଣ୍ଡି ଆଇନ ଓ ଚୁକ୍ତି ଚାଷ ବା କଣ୍ଟାକ୍ଟ ଫାରମିଙ୍ଗ ଆଇନ ରଦ୍ଦ କରିବା ପାଇଁ ଦାବୀ କରାଯାଉଛି । ଆଇନ ଗୁଡିକ ରଦ୍ଦ ନହେବା ଯାଏଁ ଆନ୍ଦୋଳନ ଜାରି ରଖିବା ପାଇଁ ଶ୍ରୀ ଦାଶ ଆହ୍ୱାନ ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଏଆଇକେକେଏସ୍ଏସ୍ ଡେଲାଙ୍ଗ ବ୍ଲକ ସମ୍ପାଦକ କମ୍ରେଡ୍ ବଟକୃଷ୍ଣ ସ୍ୱାଇଁ,ପଦ୍ମ ଚରଣ ଜେନା,ଗୋଲଖ ବରାଳ ,ତ୍ରିନାଥ ପ୍ରଧାନ,ଟୁକୁନା ବେହେରା ,ପଦ୍ମଲାଭ ପଣ୍ଡା,ପ୍ରସନ୍ନ ବେହେରା ପ୍ରମୁଖ ମାନେ ଉପସ୍ଥିତ ରହି କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଇ ପ୍ରଧାନମନ୍ତ୍ରୀ ଙ୍କ କୁଶପୁତଳିକା ଦାହ କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି , ୬/୧୨/୨୦୨୦--୪,୫୦



