ads

Breaking News

ବରକେରାରେ ବିଶ୍ୱ ମୃତିକା ଦିବସ ପାଳିତ


 ଡେଲାଙ୍ଗ ----- ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ମୁନିନ୍ଦା  ପଞ୍ଚାୟତର  ବରକେରା ଗ୍ରାମରେ ପ୍ରତିବର୍ଷ ପରି ଡିସେମ୍ବର ୫ ତାରିଖକୁ ବିଶ୍ୱ ମୃତିକା ଦିବସ ଭାବେ ପାଳନ କରାଯାଉଛି । ଶିକ୍ଷକ ତଥା ପରିବେଶ କର୍ମି ମିଟୁ କିଶୋର ପ୍ରଧାନଙ୍କ  ଆହ୍ୱାନକ୍ରମେ ଲେନିନ୍ ପ୍ରଧାନଙ୍କ ସଭାପତିତ୍ୱରେ  ଗ୍ରାମର ଆରଧ୍ୟ ଦେବତା ଭଗବତ ବାସୁଦେବଙ୍କ ପୀଠରେ କୋଭିଡ୍ -୧୯ ନିୟମନୁଯାଇବିଶ୍ୱ ମୃତିକା ଦିବସ ଉପରେ ଏକ ସଚେତନତା ଆଲେଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପରିବେଶବିତ୍ ମିଟୁ କିଶୋର ପ୍ରଧାନ,ପ୍ରକୃତୀବନ୍ଧୁ ବିଶ୍ୱଜିତ ପରିଡା,ଜଟାଧାରୀ ପରିଡା,ଲକ୍ଷ୍ମିଧର ମାହୁନ୍ତ,ବିମ୍ବାଧର ପ୍ରଧାନ,ରଶ୍ମି ରଞ୍ଜନ ପ୍ରଧାନ,ମିଥୁନ ପାଣି,ଗତିଶ୍ୱର ସାମନ୍ତରାୟ ପ୍ରଭୁତି ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୃତିକା ସଂରକ୍ଷଣ ଆବଶ୍ୟକତା ଉପରେ ସବୁ ସମୟରେ ନଜର ଦେବାକୁ ପରାମର୍ଶ ଦେଇଛନ୍ତି ।  ମୃତିକା ସୁରକ୍ଷା ରହିଲେ ଖାଦ୍ୟ ସୁରକ୍ଷା  ରହିପାରିବ । ଜୀବ ଜଗତର ସୁରକ୍ଷା ପାଇଁ ମୃତିକା ସୁରକ୍ଷା ଅତ୍ୟନ୍ତ ଆବଶ୍ୟକତା ରହିଛି । ଯେପରି ମନ୍ୟୁଷ ର ମୈାଳିକ ଆବଶ୍ୟକତା ଯଥା ଖାଦ୍ୟ,ବସ୍ତ୍ର,ବାସଗୃହ ଓ ଚିକିତ୍ସା ଆଦି ରହିଛି ସେହିପରି ମୃତିକାର ସ୍ୱାସ୍ଥ୍ୟ, ଯନ୍ତ୍ର, ଖାଦ୍ୟ ସୁରକ୍ଷା ଦେବା ଆମର ପ୍ରଥମ କର୍ତ୍ତବ୍ୟ ।  ତେଣୁ ମାଟିର ସଂରକ୍ଷଣ ଆବଶ୍ୟକତା  ରହିଛି ବୋଲି ଗ୍ରାମର ଯବ ଚାଷୀ ମାନେ ମତ ପ୍ରକାଶ କରିଥିଲେ । ଶେଷରେ ବିମ୍ବାଧର ବଡଜେନା ଧନ୍ୟବାଦ ଦେଇଛନ୍ତି । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୬/୧୨/୨୦୨୦---୪, ୨୫



ads

Blog Archive

Popular Posts