ads

Breaking News

ସତ୍ୟବାଦୀ କଳା ସଂସଦର ଶାଖା କାର୍ଯ୍ୟାଳୟ ଉଦଘାଟନ

 ସାକ୍ଷୀଗୋପାଳ ------ ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକର ପୁରାତନ କଳା ସଂସ୍କୃତି ଅନୁଷ୍ଠାନ ସତ୍ୟବାଦୀ କଳା ସଂସଦର ଏକ ଶାଖା କାର୍ଯ୍ୟାଳୟ ସାରଙ୍ଗଯୋଡି ଠାରେ ଉଦଘାଟନ ହୋଇଯାଇଛି । ଏଠାରେ ଓଡିଶୀ ସଂଗୀତ,  ନୃତ୍ୟ, ତାବଲା, ଚିତ୍ରାଙ୍କନ ପିଲା ମାନଙ୍କୁ ଶିକ୍ଷା ପ୍ରଦାନ କରାଯିବ । ଯାହା ଫଳରେକି ଗ୍ରାମ ଗଣ୍ଡାରେ ଲୁଚିକି ରହୁଥିବା ପିଲା ମାନଙ୍କ ମଧ୍ୟରେ କଳା ପରିପ୍ରକାଶ ପାଇ ପାରିବାରେ ଏହି କେନ୍ଦ୍ରଟି ସହଯୋଗ କରିବ ବୋଲି ଯୋଗ ଦେଇଥବା ଅତିଥି ମାନେ ମତ ପ୍ରକାଶ କରିଥିଲେ । ଉଦଘାଟନ ଉତ୍ସବବରେ ମୁଖ୍ୟ ଅତିଥି ଭାବେ ମୋହନ ଦୀକ୍ଷତି , ଗୁରୁ ଭଜମନ ସାହୁ, ସାମାଜିକ କର୍ମୀ ସୁଶୀଳ ସାହୁ, ନରେନ୍ଦ୍ର ବେହେରା, ବାଉରୀବନ୍ଧୁ ସାହୁ, ଦେବେନ୍ଦ୍ର କୁମାର ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି , ୧୬/୧୨/୨୦୨୦---୮,୫୫


ads

Blog Archive