ads

Breaking News

ହରିରାଜପୁର ପଞ୍ଚାୟତ କ୍ରିକେଟ ପଞ୍ଚମ ଲିଗ୍ ମ୍ୟାଚର ୬ଷ୍ଠ ଦିବସ


 ଡେଲାଙ୍ଗ ----ଡେଲାଙ୍ଗ ବ୍ଲକ ଅଧିନସ୍ଥ ହରିରାଜପୁର ପଞ୍ଚାୟତ କ୍ରିକେଟ ଲିଗ୍ ସିଜିନ୬ ମ୍ୟାଚ ସୋମନାଥ ଷ୍ପୋଟିଂ ଗ୍ରାଉଣ୍ଡ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ୬ଷ୍ଠ ଦିବସରେ  ରନିଙ୍ଗ ରେବେଲ କ୍ରିକେଟ ଦଳ ସହିତ ବ୍ଳୁ ଡାଇମଣ୍ଡ କ୍ରିକେଟ ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଟସ୍ ଜିତି ପ୍ରଥମେ ବ୍ୟାଟି କରି  ବ୍ଳୁ ଡାଇମଣ୍ଡ ଦଳ ୨୦ ଓଭର ରେ ୮ ଉଇକେଟ ହରାଇ ୧୬୬ ରନ ସଂଗ୍ରହ କରିଥିବା ବେଳେ  ଜବାବରେ ରନିଙ୍ଗ ରେବେଲ ଦଳ ୧୯, ୪ ବଲରେ ୬ ଉଇକେଟ ହରାଇ ୧୬୭ ରନ ସଂଗ୍ରହ କରିଥିଲେ ।ଏହି ମ୍ୟାଚଟିକୁ ରନିଙ୍ଗ ରେବେଲ ଦଳ ୪ ଉଇକେଟରେ ବିଜୟୀ ହୋଇଛି ।  ପଙ୍କଜ ଜେନା, ଅଭିଳାଷ ପଟ୍ଟନାକୟ ମ୍ୟାଚ ପରିଚାଳନା କରିଥିଲେ ।  ସେହିପରି ୨ୟ ମ୍ୟାଚଟି ସୋମନାଥ ଫାଇଟର କ୍ରିକେଟ ଦଳ ସହିତ ବରୁଶେଇ ରୟାଲ  କ୍ଲବ ମଧ୍ୟରେ  ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଟସ ଜିତି ସୋମନାଥ ଫାଇଟର ଦଳ ପ୍ରଥମେ ବ୍ୟାଟିଂ କରି ୨୦  ଓଭରରେ ୮ଉଇକେଟ ହରାଇ ୧୩୩ ରନ ସଂଗ୍ରହ କରିଥିଲେ । ଜବାବରେ ବରୁଣେଇ ରୟାଲ କ୍ଲବ ଦଳ ୧୯.୧ ବଲରେ ୮ ଉଇକେଟ ହରାଇ ୧୩୭ ରନ ସଂଗ୍ରହ କରି ନେଇ ୨ ଉଇକେଟରେ ବିଜୟୀ ହୋଇଛନ୍ତି ।  ହାପି ସାମନ୍ତରାୟ ଓ ଅଶୋକ ମହାରଣା ମ୍ୟାଚ ପରିଚାଳନା କରିଥିବା ବେଳେ ସଂଗ୍ରାମ ଚମ୍ପତ୍ତି ସ୍କୋରିଂ କରିଥିଲେ ।

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୫/୧୨/୨୦୨୦------- ୮,୪୫

ads

Blog Archive