ads

Breaking News

ତେଇଶିପୁର ବିଜେଡି ଯୁବନେତା ଧରଣୀ ଧର ସାହୁ ଏକପାଦ ଆଗକୁ ଗଲେ

 

ଡେଲାଙ୍ଗ ------ବିଜେଡି ଦଳର ବ୍ଳକ ସଭାପତି ଓ ଜିଲ୍ଲା ବିଜେଡି ଦଳର ସାଧାରଣ ସମ୍ପାଦକ , ସମ୍ପାଦକ, ଉପସଭାପତିଙ୍କ ନାମ ପ୍ରକାଶ ପାଇଛି । ଏଥିରେ ପିପିଲି ବ୍ଳକର ଆତ୍ମାର ସଭାପତି ତଥା ତେଇଶିପୁର ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ଧରଣୀଧର ସାହୁ ନୂତନ ଭାବେ ଜିଲ୍ଲା ବିଜେଡି ଦଳର ସମ୍ପାଦକ ଭାବେ ତାଙ୍କ ନାମ ଘୋଷଣା କରାଯାଇଛି । ଯାହାକି ତାଙ୍କ ନାମ ପ୍ରକାଶ ପାଇବା ପରେ ତେଇଶିପୁର ଓ ପିପିଲିରେ ଖୁସିର ଲହରି ପ୍ରକାଶ ପାଇଛି । ଏହି ଅବସରରେ ତେଇଶିପୁର ମହିଳା ମହାସଂଘର ସଭାନେତ୍ରୀ ଶାନ୍ତିଲତା ପରିଡା, ସମ୍ପାଦିକା ଉମାମଣୀ ରଥଙ୍କ ନେତୃତ୍ୱରେ ମହିଳା ମାନେ ଫଲତୋଡା ଦେଇ ସ୍ୱାଗତ କରିଥିଲେ । ମାତ୍ର ତାଙ୍କର ରାଜନୈତିକ ଗୁରୁ ତଥା ପିପିଲି- ଡେଲାଙ୍ଗର ବିଧାୟକ ସ୍ୱଗତ ପ୍ରଦୀପ ମହାରଥୀ ଆଜି ଥିଲେ ସେ ବହୁତ ଖୁସି ହୋଇଥାନ୍ତେ ବୋଲି ଶ୍ରୀ ସାହୁ ଲୋତକଭରା ଆଖିରେ କହିଥିଲେ । ତଥାପି ଦଳର ସୁପ୍ରମୋ ତଥା ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାକୟ ଓ ଜିଲ୍ଲା ବିଜେଡି ଦଳର ସଭାପତି ତଥା ପୁରୀର ପୂର୍ବତନ ବିଧାୟକ ମହେଶ୍ୱର ମହାନ୍ତି ଯେଉଁ ଦାୟତ୍ୱ ମତେ ଦେବେ ତାହା ମୁଁ ପାଳନ କରିବା ପାଇଁ ବଦ୍ଦପରିକର ବୋଲି କହିଥିଲେ ।


 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି , ୧୮/୧୨/୨୦୨୦-----୬.୦୫

ads

Blog Archive

Popular Posts