ବିଦ୍ୟାଳୟ ପରିସରରେ ବିପଦପୂର୍ଣ୍ଣ ଅବସ୍ଥାରେ ବାତ୍ୟା ଆଶ୍ରୟସ୍ଥଳୀ
ସାକ୍ଷୀଗୋପାଳ -----ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକର ଐତିହ୍ୟ ସମ୍ପନ୍ନ ବହନ କରୁଥିବା ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ । ଏଠାରେ ୨୦୦୦ ମସିହାରେ ସାଂସଦଙ୍କ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଦୁଇ ମହଳା ବିଶିଷ୍ଟ ଏକ ବାତ୍ୟା ଆଶୟ ସ୍ଥଳ ନିର୍ମାଣ କରାଯାଇଥିଲା । ଏବେ ତାହା ବିପଦ ପୂର୍ଣ୍ଣ ଅବସ୍ଥାରେ ରହିଛି । କେଉଁ ସମୟରେ ଘରଟି ସମ୍ପୁର୍ଣ୍ଣ ଭୁଷୁଡି ପଡିବ ତାହା କେହି କହି ପାରିବେନି ବୋଲି ବିଦ୍ୟାଳୟର ଶିକ୍ଷକ ମାନେ କହନ୍ତି । କରୋନା ଯୋଗୁ ବିଦ୍ୟାଳୟ ବନ୍ଦ ରହିଛି । ସେଥିଯୋଗୁ ଆମକୁ ଭୟ ଲାଗୁନାହିଁ । ବିଦ୍ୟାଳୟ ଖୋଲିଲେ ଭୟ ମାଡି ଆସିବ ବୋଲି ଜଣେ ଶିକ୍ଷକ ତାଙ୍କ ନାମ ଗୋପନ ରଖି ଏହା ପ୍ରକାଶ କରିଛନ୍ତି । ସତ୍ୟବାଦୀରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଘଟଣାର ପୁନାରବୃତି ଘଟିବ ବୋଲି ବୁଦ୍ଧଜିବୀ ମାନେ କହନ୍ତି । ରାଜ୍ୟ ସରକାର ଏହି ଗୃହ ନିର୍ମାଣ କରିବାର ମୁଖ୍ୟ ଉଦ୍ଦ୍ୟେଶ ଥିଲା ବିଦ୍ୟାଳୟର ପରିସରରେ କରାଗଲେ ଏହି ଘରଟି ସୁରକ୍ଷିତ ରହିବ । ଆବଶ୍ୟକ ସ୍ଥଳେ ଏଠାରେ କ୍ଳାସରୁମ କରାଯାଇ ପାରିବ । ସେଥିପାଇଁ ତଳ ମହଳାରେ ୪ଟି ରୁମ ରହିଥିବା ବେଳେ ଉପର ମହଳାରେ ବଡ ରୁମଟିଏ ରହିଛି । ମାତ୍ର ଘର ଉଦଘାଟନ ହେବାର ଦୁଇ ଚାରି ବର୍ଷ ପରେ ପ୍ରଥମେ ଛାତରୁ ପାଣି ଗଳିବା ଆରମ୍ଭ ହେଲା । ଏ ବିସୟରେ ବିଦ୍ୟାଳୟ ପକ୍ଷରୁ ବିଭାଗୀୟ ଅଧିକାରୀଙ୍କୁ ଜଣାଇ ଦିଆଗଲା । କୌଣସି ସୁଫଳ ମିଳିଲା ନାହିଁ । ପରେ ପରେ ଛାତରୁ ଖଣ୍ଡ ଖଣ୍ଡ ସିମେଣ୍ଟ ଖଣ୍ଡ ଖସିକି ପଡିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉକ୍ତ ଘରଟିକୁ ବିପଦ ପୂର୍ଣ୍ଣ ଘୋଷଣା କରି ଘର ଚାବି ପକାଇ ରଖିଦେଲେ । ଏହାର ସୁଯୋଗ ନେଇ କବାଟ ଝରକା ନଷ୍ଟ ହେବାସହ ଭାଙ୍ଗିରୁଜି ଗଲା ଛାତରୁ ପାଣି ଗଳି ବିପଦ ପୂର୍ଣ୍ଣ ଅବସ୍ଥାରେ ଘରଟି ଏବେ ଠିଆ ହୋଇ ରହିଛି । ଫନି ବାତ୍ୟାରେ କବାଟ ଝରକା ଯାହା ଥିଲା ତାହା ସବୁ ଭାଙ୍ଗିରୁଜି ଯିବା ସହ ଦୁବୁର୍ତ୍ତ ମାନେ ଲୁଟି କରି ନେଇଗଲେ । ଏ ସମ୍ପର୍କରେ ଆରଡି ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ବିଦ୍ୟାଳୟ ପକ୍ଷରୁ ଚିଠି କରାଯାଇଥିଲେ ମଧ୍ୟ ସେମାନେ ନୂତନ ଘର ବା ଘର ମରାମତି କଲେ ପଛେ ଏ ଘର ଭାଙ୍ଗିବାର ନାଁ ଗନ୍ଦ ଧରୁ ନାହାନ୍ତି । ଲୋକମାନେ କହୁଛନ୍ତି ଗୋଦର ଗୋଡରେ ମାଉଁଶ ବଡିଲେ ଯାହା ବିଦ୍ୟାଳୟରେ ଏ ଛାତଘର ରହିବା ସଙ୍ଗେ ସମାନ । ଏ ଦିଗପ୍ରତି ପୁରୀ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଅଭିଭାବକ ଓ ବୁଦ୍ଦଜିବୀ ମାନେ ନିବେଦନ କରିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି , ୧୮/୧୨/୨୦୨୦---୬.୨୫




