ads

Breaking News

ଭୋଟର ତାଲିକାରେ ନାମ ସଂଯୋଗ ଓ ସଂଶୋଧନ ପାଇଁ ସଚେତନତା


 ଡେଲାଙ୍ଗ ----- ଡେଲାଙ୍ଗ ବ୍ଲକ ଗୁଆଳିପଡା ପଞ୍ଚାୟତ ଅଧିନସ୍ଥ ଗୁଡୁପାଇଲେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସେଭ ଦି ଆର୍ଥ  ଫାଉଣ୍ଡେସନ ତରଫରୁ ଭୋଟର ତାଲିକାର ସଂଶୋଧନ, ସଂଯୋଗ ସହିତ ବାଦ କରିବା ସହ  ୨୦/୨୧ ଓ ବିଶ୍ୱ ମୃତିକା ଦିବସ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲ୍ଲିପ କୁମାର ପ୍ରଧାନ ଅଧ୍ୟକ୍ଷତା କରିଥିଲେ ।  ବିଏଲଓ ତଥା ଶିକ୍ଷକ ବିଜୟ କୁମାର ପ୍ରଧାନ,ନାଏବ ସରପଞ୍ଚ ବ୍ରହ୍ମାନନ୍ଦ ପରିଡା ,ଗଦାଧର ପ୍ରଧାନ,ଭରତ ପ୍ରଧାନ,ଗୋପବନ୍ଧୁ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ । ବିଏଲଓ ବିଜୟ କୁମାର ପ୍ରଧାନ କହିଥିଲେ  ୧.୧ .୨୦୨୧  ସୁଧା ଯେୁଉଁ ମାନଙ୍କର୧୮ ବର୍ଷ କିମ୍ବା ଅଧିକ ହୋଇଥିବ ସେମାନଙ୍କ ନାମ ଭୋଟର ତାଳିକାରେ  ଯୋଗ କରିପାରିବେ । ସେଥିପାଇଁ ନିର୍ଦ୍ଧାରିତ ଏକ ଫର୍ମ ପୁରଣ କରି ଏକ ପାସ୍ ଫଟୋ,ଟିକଣା ଓ ବୟସ ର ପ୍ରମାଣ ପତ୍ର ସହିତ  ନିର୍ବାଚନ ଅଧିକାରୀ  କିମ୍ବା ବିଏଲଓ ନିକଟରେ ଆବେଦନ କରି ପାରିବେ । ସେହିପରି  ସଂଶୋଧନ ଓ ଭୋଟର ତାଳିକାରୁ ବାଦ କରିବା ପାଇଁ  ନିଦ୍ଧିଷ୍ଟ  ଫର୍ମରେ  ଆବେଦନ କରିପାରିବେ । ତତ୍ ସହିତ ଅନଲାଇନି ମାଧ୍ୟମରେ ଆବେଦନ କରିପାରିବେ  । ଏହି  ଅବସରରେ ପ୍ରକୃତିବନ୍ଧୁ ବିଶ୍ୱଜିତ ପରିଡା ଯୋଗଦେଇ ଭୋଟର ପରିଚୟ ପତ୍ରର ଆବଶ୍ୟକତା କୁ ସମସ୍ତେ ଗୁରତ୍ୱ ଦିଅନ୍ତୁ ଏହି ପରିଚୟ ପତ୍ର ସରକାରି ଓ ବେସରକାରି କାର୍ଯ୍ୟ ପାଇଁ ନିଶ୍ଚିତ ଆବଶ୍ୟକତା ରହିଛି । ସେହିପରି ବିଶ୍ୱ ମୃତିକା ଦିବସ ପାଳନ ଅବସରରେ ମୃତିକା ର ସୁରକ୍ଷା ଉପରେ ପ୍ରକୃତିବନ୍ଧୁ ବିଶ୍ୱଜିତ ପରିଡା ମାଟିର ସୁରକ୍ଷା ରହିଲେ ଖାଦ୍ୟର ସୁରକ୍ଷା ରହିବ ପରାମର୍ଶ ଦେଇଥିଲେ । ଏହି ଅବସରରେ ବିଦ୍ୟାଳୟ ପରିସରରେ ସ୍ମାରକି ସ୍ୱରୂପ ବୃକ୍ଷ ରୋପଣ କରିବା ସହିତ ଗଦାଧର ପ୍ରଧାନ ଉପସ୍ଥିତ ସମସ୍ତଙ୍କୁ ବୃକ୍ଷ ଉପହାର ଦେଇଛନ୍ତି ।

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୬/୧୨/୨୦୨୦---୪, ୨୦

ads

Blog Archive

Popular Posts