ଅଙ୍ଗନୱାଡି ପିଲାଙ୍କୁ ସୁଇଟର ଓ ଜୋତା ମୋଜା ବଣ୍ଟନ
ଡେଲାଙ୍ଗ ----- ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ଗୁଆଳିପଡା ଗ୍ରାମ ପଞ୍ଚାୟତର ପଞ୍ଚୁପଲ୍ଲା ଅଙ୍ଗନୱାଡି କେନ୍ଦ୍ରରେ ୧୪ ଜଣ ଶିଶୁ ମାନଙ୍କୁ ସୁଇଟର ଓ ଜୋତା ମୋଜା ବଣ୍ଟନ କରାଯାଇଛି । ଏହି ବଣ୍ଟନ ଉତ୍ସବରେ ସମିତିସଭ୍ୟ ବାସୁଦେବ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜେଡି ସରକାରଙ୍କ ଏହି ଯୋଜନା ମାଧ୍ୟମରେ ଗ୍ରାମରେ ଥିବା ତଥା ଅଙ୍ଗନୱାଡି କେନ୍ଦ୍ରକୁ ଆସୁଥିବା ସମସ୍ତ ପିଲାମାନେ ଉପକୃତ ହୋଇ ପାରିଛନ୍ତି ବୋଲି କହିଥିଲେ । ପଞ୍ଚୁପଲ୍ଲା ଅଙ୍ଗନୱାଡି ର୍କମୀ ବିନିଲତା ସାହୁ, ସହାୟିକା ପ୍ରମିଳା ସାହୁ ଓ ମାତୃ ମଙ୍ଗଳ, ଖାଦ୍ୟ ଯାଞ୍ଚ କମିଟି ସହିତ ଅଭିଭାବକ ମାନେ ଉପସ୍ଥିତ ରହିଥିଲେ । ପିଲାମାନେ ନୂତନ ସୁଇଟର ଓ ଯୋଜା ମୋଜା ପିନ୍ଦିବା ପରେ ବହୁତ ଖୁସି ହୋଇଥିଲେ । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୮/୧୨/୨୦୨୦-----୬.୧୦



