ଶକ୍ତି ସଂରକ୍ଷଣ ସଚେତନତା ଶିବିର
ଡେଲାଙ୍ଗ ----- ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ଗଡବେଗୁନିଆପଡା ପ୍ରକଳ୍ପ ଉପ୍ରା ବିଦ୍ୟାଳୟ ପରିସରରେ ଶକ୍ତି ସଂରକ୍ଷଣ ସଚେତନତା ଆଲେଚନା ଚକ୍ର ଓ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବକ୍ତୁତା ପ୍ରତିଯୋଗିତା ଓ ଚାରାରୋପଣ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷିକଉମେଶ ଚନ୍ଦ୍ର ମହାନ୍ତି ଅଧ୍ୟକ୍ଷତା କରିଥିଲେ । ବିଶେଷ କରି ବିଦ୍ୟୁତ ଶକ୍ତି , ଅକ୍ଷୟ ଶକ୍ତି, ଜଳ , ମୃତିକା ସହ ଜଙ୍ଘଲ କ୍ଷୟକୁ କିପରି ରୋକାଯାଇ ପାରିବ ସେ ସମ୍ପର୍କରେ ଯୋଗଦେଇଥିବା ଅତିଥି ମାନେ ନିଜସ୍ୱ ମତ ପ୍ରକାଶ କରିଥିଲେ । ସେହିପରି ବର୍ତ୍ତମାନ ସମୟ ଆସିଛି ଶକ୍ତି ସଂରକ୍ଷଣ କରିବା ପାଇଁ ସମସ୍ତେ ଆଗେଇ ଆସିବାକୁ ଅତିଥି ମାନେ କହିଥିଲେ । ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବ୍ଳକ ଶିକ୍ଷାଧିକାରୀ ନିରଞ୍ଜନ ପାତ୍ର, ମୁଖ୍ୟବକ୍ତା ଭାବେ ବିଦ୍ୟୁତ ବିଭାଗର ସହକାରୀ ପରିଚାଳକ ପ୍ରଦୀପ କୁମାର ସାବତ, ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ଡେଲାଙ୍ଗ ବନାଞ୍ଚଳ ଅଧିକାରୀ ନିରଞ୍ଜନ ମହାପାତ୍ରଙ୍କ ସହ ଦୟାନିଧି ମାର୍ଥା, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରବି ନାରାୟଣ ଜେନା, ସିଆରସିସି ବସନ୍ତ କୁମାର ସେଠୀ ଓ ସୁମନ୍ତ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ବିଦ୍ୟାଳୟର ଛାତ୍ର ମାନଙ୍କୁ ନେଇ ବକ୍ତୁତା ପ୍ରତିଯୋଗିତା କରାଯାଇଥିଲା । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି , ୧୫/୧୨/୨୦୨୦---୮,୩୦



