ads

Breaking News

ଜଟଣୀ ତାସିଲଦାରଙ୍କ କଡା ଆଭିମୁଖ୍ୟ, ଚଢ଼ାଉ ଜାରି ଚୋରା ପଥର, ମୋରମ ଏବଂ ବାଲି ୧୪ଟି ଗାଡି ଜବତ



ଜଟଣୀ -ଜଟଣୀ ତହସିଲଦାର ତପନ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଅତିରିକ୍ତ ତହସିଲଦାର ଦିଲ୍ଲୀପ କୁମାର ଷଡ଼ଙ୍ଗୀଙ୍କ ସହଯୋଗରେ ଏକ ଟିମ କ୍ରମାଗତ ତିନିଦିନ ଧରି ଚୋରା ପଥର, ବାଲି, ମୋରମ ମାଫିଆଙ୍କୁ ରୋକ ଲଗାଇଛନ୍ତି। ବିଭିନ୍ନ ସ୍ଥାନରେ ଚଢ଼ାଉକରି ସମୁଦାୟ 14ଟି ଗାଡିକୁ ଜବତ କରିଛନ୍ତି ।ଗତ 10ତାରିଖରେ ତହସିଲଦାରଙ୍କ ନେତୃତ୍ୱରେ ଏକ ଟିମ ଚୋରା ପଥରଖଣି ଚଢ଼ାଉବେଳେ ଏକ ପଥର ଟ୍ରାକ୍ଟର ମାଲିକଙ୍କ ଆକ୍ରମଣର ଶିକାର ହୋଇଥିଲେ । ଏଥିରେ ଖଣି ମାଫିଆଙ୍କ ଦୋରତ୍ମ୍ୟ ବଢ଼ିବାର ଦେଖି ଆଜକୁ ଦୀର୍ଘ ତିନିଦିନ ଧରି କ୍ରମାଗତ ଭାବେ ଜଟଣୀ ବ୍ଲକର ବିଭିନ୍ନ ଚୋରା ପଥର ଖଣି ଚଢ଼ାଉ ଜାରି ରଖିଥିଲେ । ଏହି ଚଢ଼ାଉବେଳେ 10ଟି ଟ୍ରକ,2ଟି ମିନିଟ୍ରକ, ଏବଂ 2ଟି ହାଇୱା ଜବତ କରିଥିଲେ । ଏଥିରେ ବିଭିନ୍ନ ସ୍ଥାନକୁ ମାଙ୍କଡା ପଥର, ବାଲି, ମୋରମ ପ୍ରଭୁତି ଚାଲାଣ ହେଉଥିଲା । ସମୁଦାୟ ଗାଡିକୁ ଜବତକରି ତହସିଲ ଅଫିସ ପରିସରରେ ରଖାଯାଇଛି । ପରବର୍ତ୍ତୀ ସମୟରେ ଏହାପ୍ରତି ଦୃଢକାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି । ତହସିଲଦାର ତପନ କୁମାର ମହାପାତ୍ର, ଅତିରିକ୍ତ ତହସିଲଦାର ଦିଲ୍ଲୀପ କୁମାର ଷଡ଼ଙ୍ଗୀ, ଅତିରିକ୍ତ ଟି. ଡ଼ି. ଆର. ସୁଧାଂଶୁ କୁମାର ସାହୁ ଏବଂ ତହସିଲ କର୍ମଚାରୀ ପ୍ରମୁଖ ଏହି ଚଡାଉରେ ସହଯୋଗ  କରିଥିଲେ ।
 ଜଟଣୀ -ରଙ୍ଗନାଥ ବେହେରା, ୧୮/୧୨/୨୦୨୦------୧୦,୦୫

ads

Blog Archive

Popular Posts