ads

Breaking News

ଭରତୀୟ ଜନତା ପାର୍ଟି ଜଟଣୀର ନଗର ମଣ୍ଡଳର ଦିନିକିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ



ଜଟଣୀ -ଶୁକ୍ରବାର ଜଟଣୀସ୍ଥିତ "ସରାଫ ଧର୍ମଶାଳା "ରେ ବିଜେପି ଜଟଣୀ ନଗର ମଣ୍ଡଳର ଏକଦିନିଆ ଅଭ୍ୟାସ ବର୍ଗ (ପ୍ରଶିକ୍ଷଣ ଶିବିର )ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ବିଜେପି ରାଜ୍ୟ ଉପସଭାପତି ତଥା ଖୋର୍ଦ୍ଧା ଜିଲ୍ଲା ପ୍ରଭାରୀ ଶ୍ରୀଯୁକ୍ତ ଭୃଗୁବକ୍ସି ପାତ୍ର ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଜେପି ର ଇତିହାସ ଏବଂ ତାହାର ବିକାଶ, ବିଚାର ପରିବାର, ଭା. ଜ. ପା ଦଳର ଦାଇତ୍ୱବୋଧତା, ଭାରତର ବୈଚାରିକ ମୁଖ୍ୟାଧାରା, ବ୍ୟକ୍ତିତ୍ୱର ବିକାଶ, ଗତ ଛଅ ବର୍ଷରେ ହୋଇଥିବା ଅନ୍ତରଦ୍ୱଇ ପ୍ରଯତ୍ନ, ରାଷ୍ଟ୍ରୀୟ ସୁରକ୍ଷା ଓ ସାମର୍ଥ୍ୟ ସହିତ ଆତ୍ମନିର୍ଭତା, ସୋସିଆଲ ମିଡ଼ିଆ ଓ ପ୍ରଭାବି ଉପଯୋଗ କାର୍ଯ୍ୟପଦ୍ଧତି ଏବଂ ସଂଘଠନ ସରଞ୍ଚନା ଆମ ଭୂମିକା ରାଜ୍ୟର ରାଜନୈତିକ ପୃଷ୍ଠଭୂମି ଏବଂ ଭା. ଜ. ପା. ର ଭୂମିକା ପ୍ରମୁଖ ଆଲୋଚନା  ହୋଇଥିଲା  । ଏଥିରେ ରାଜ୍ୟ ପ୍ରବକ୍ତା ସୁଦୀପ୍ତ ରାୟ, ବିଧାୟକ ପାର୍ଥି ବିଶ୍ୱରଂଜନ ବଡ଼ଜେନା, ଖୋର୍ଦ୍ଧା ଜିଲ୍ଲା ସଭାପତି ବକ୍ସିରଞ୍ଜନ ମହାପାତ୍ର, ମହିଳା ମୋର୍ଚା ଜିଲ୍ଲା ସଭାପତି ପ୍ରବୀଣା ଭଞ୍ଜଦେଓ, ଜଟଣୀ ନଗର ସଭାପତି ତିରୁପତି ଶତପଥୀ, ଯୁବମୋର୍ଚା ରାଜ୍ୟ ସାଧାରଣ ସମ୍ପାଦକ ସୁରୋଜ ପାଇକରାୟ, ଖୋର୍ଦ୍ଧା ଜିଲ୍ଲା ସାଧାରଣ ସମ୍ପାଦକ ପ୍ରତାପ ମହାନ୍ତି, କାର୍ଯ୍ୟକାରୀ ସଦସ୍ୟରୂପେ ମନୋରଞ୍ଜନ ମାର୍ଥା (ମିଟୁ ), ସତୀଶ ଶର୍ମା, ମହେଶ ମିଶ୍ର, ଅରବିନ୍ଦ ନାୟକ ପ୍ରମୁଖ ଯୋଗ ଦେଇଥିଲେ ।
ଜଟଣୀ -ରଙ୍ଗନାଥ ବେହେରା ୧୮/୧୨/୨୦୨୦-----୮,୦୦

ads

Blog Archive

Popular Posts