ବିଜେଡି ବ୍ଳକ ସଭାପତି ଭାବେ ୨ୟଥର ପ୍ରମୋଦ ରାଉତରାୟ
ସାକ୍ଷୀଗୋପାଳ ------ ରାଜ୍ୟରେ ବିଜେଡି ସରକାର ରହିଛି । ବେଳେ ଦଳକୁ ଆହୁରି ମଜବୁତ କରିବା ପାଇଁ ଦଳର ମୁଖିଆ ବା ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବ୍ଳକ ସ୍ତରୀୟ ସଭାପତି ଓ ଉପସଭାପତି ଓ ସମ୍ପାଦକ ମାନଙ୍କ ନାମ ଘୋଷଣା କରାଯାଇଛି । ଏହାକୁ ନେଇ ସତ୍ୟବାଦୀରେ ଖୁସିର ଲହରୀ ଖେଳିଯାଇଛି । ବ୍ଳକ ବିଜେଡି ସଭାପତି ଭାବେ ପ୍ରମୋଦ ରାଉତରାୟ ଦଚତୀୟ ଥର ପାଇଁ ମନୋନୀତ ହୋଇଛନ୍ତି । ସେହିପରି ପୁରୀ ଜିଲ୍ଲାରେ ଉପସଭାପତି ଭାବେ ସତ୍ୟବାଦୀ ବ୍ଳକରୁ ଆତ୍ମାର ଅଧ୍ୟକ୍ଷ ରାମଚନ୍ଦ୍ର ମହାନ୍ତି ସ୍ଥାନ ପାଇଥବା ବେଳେ ୩୧ନଂ ଜୋନର ଜିଲ୍ଲାପରିଷଦ ସଦସ୍ୟାଙ୍କ ପ୍ରତିନିଧି ଦେବାଶିଷ ରାୟ ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି । ଯାହାକି ସତ୍ୟବାଦୀରେ ବିଜେଡି ଦଳକୁ ଅଧିକରୁ ଅଧିକ ବଜବୁତ କରାଯିବ ବୋଲି ଦୁତୀୟ ଥର ବ୍ଳକ ସଭାପତି ଭାବେ ମନୋନୀତ ହୋଇଥିବା ଶ୍ରୀ ରାଉତରାୟ କହିଛନ୍ତି । ଆଗାମୀ ଦିନରେ ସତ୍ୟବାଦୀର ବିଧାୟକ ଉମାକାନ୍ତ ସାମନ୍ତରାଙ୍କ ତତ୍ୱବଧାନରେ ବିଜେଡି ଦଳ ଲୋକଙ୍କ ପାଖକୁ ଯିବ । ବିଜେଡି ସରକାର କରିଥିବା ଯୋଜନା ସମ୍ପର୍କରେ ଅବଗତ କରିବା ସହ ପ୍ରତି ପରିବାର ଯେପରି ସାମିଲ ହୋଇ ପାରିବେ ସେଥିପ୍ରତି ନଜର ଦିଆଯିବ ବୋଲି ସେ କହିଛନ୍ତି । ସତ୍ୟବାଦୀର ଦୁଇଜଣ ନୂତନ କର୍ମକର୍ତ୍ତା ଓ ଦୁତୀୟଥର ପାଇଁ ସଭାପତି ଭାବେ ପ୍ରମୋଦ ରାଉତରାୟଙ୍କୁ ନିଯୁକ୍ତି ଦିଆଯାଇଥିବାରୁ ନରେନ୍ଦ୍ରପୁର ପଞ୍ଚାୟତର ସମିତିସଭ୍ୟ ପ୍ରଶାନ୍ତ ମହାପାତ୍ର, ଶୁକଳ ପଞ୍ଚାୟତର ସମିତିସଭୃ ଜଳନ୍ଦର ସେଠୀ, ଦାସବିଦ୍ୟାଧରପୁର ସମିତିସଭ୍ୟ ପ୍ରଶାନ୍ତ ଜେନା, ପେଣ୍ଠପଡା ସମିତିସଭ୍ୟା ଗୀତାରାଣି ଭୋଇ, ବିଦ୍ୟାଧରପୁର ସରପଞ୍ଚ ରଶ୍ମିତା ପ୍ରଧାନ, ସମିତିସଭ୍ୟା ସୁକାନ୍ତି ପାତ୍ର ପ୍ରମୁଖ ମୁଖ୍ୟମନ୍ତ୍ର ଓ ବିଜେଡି ଦଳର ଜିଲ୍ଲା ସଭାପତି ଓ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କୁ ସାଧୁବାଦ ଜଣାଇଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି ୧୮/୧୨/୨୦୨୦------୬,୦୭



