ଜଟଣୀ ରାତ୍ରିକାଳୀନ ଯାନ୍ତ୍ରିକ ରାସ୍ତା ସଫେଇ ଅଭିଯାନର କାର୍ଯ୍ୟକ୍ରମ ଆରମ୍ଭ
ଜଟଣୀ -ଜଟଣୀ ପୌରାପରିଷଦର ରାତ୍ରିକାଳୀନ ଯାନ୍ତ୍ରିକ ରାସ୍ତା ସଫେଇ ଅଭିଯାନ ଆରମ୍ଭ ହୋଇଛି । ସୂଚନା -ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଓଡିଶା ସରକାରଙ୍କ ପଦକ୍ଷେପରେ ଜଟଣୀ ରେ ଆଜିଠାରୁ ରାତ୍ରିକାଳୀନ ଯାନ୍ତ୍ରିକ ରାସ୍ତା ସଫେଇ ଅଭିଯାନର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମକୁ ଜଟଣୀ ପୌରପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଦିଲ୍ଲୀପ କୁମାର ମହାନ୍ତିଙ୍କ ପରିଚାଳନା କ୍ରମେ ଜଟଣୀଥାନା ଭାରପ୍ରାପ୍ତ ଅଧିକାରୀ ବିଶ୍ୱରଂଜନ ସାହୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକୁ ଜଟଣୀର ଜନସାଧାରଣ ସ୍ୱାଗତ ଜଣାଇଛନ୍ତି । କିଛି ବୁଦ୍ଧିଜୀବୀଙ୍କ ମତରେ ଏହି କାର୍ଯ୍ୟ କେତେଦିନ ସୁଚାରୁରୂପେ ସମ୍ପାଦନ ହେବ ତାହା ଦେଖିବାର କଥା । ଏପରି ଅନେକ କାର୍ଯ୍ୟକ୍ରମ ଜଟଣୀ ପୌରପରିଷଦ ଆରମ୍ଭ କରି ଅଧାରୁ ଅଟକି ଯାଇଛି । ଯଦି ପୂର୍ବପରି କାର୍ଯ୍ୟଗୁଡିକ କାଗଜପତ୍ର ମଧ୍ୟରେ ସୀମିତ ନରହେ ତେବେ ଜଟଣୀର କିଛି ପରିବର୍ତ୍ତନ ହେବନାହିଁ । "ଖଜୁରୀ ଗଛର କି ଗୁଣ ଗାଇବି ମୂଳରୁ ପାହାଚ ପାହାଚ " ଜଟଣୀ ପୌରପରିଷଦ ବୋଲି ଲୋକମାନେ କହନ୍ତି ।
ଜଟଣୀ -ରଙ୍ଗନାଥ ବେହେରା ୧୭/୧୨/୨୦୨୦-----୬.୪୦




