ads

Breaking News

ବରୀ ଦ୍ବୀପଚଳ ଉନ୍ନୟନ ପରିଷଦର ୨୧ ତମ ବାର୍ଷିକ ଉତ୍ସବ



ବରୀ - ବରୀ ଦ୍ବିପାଞ୍ଚଳ ଉନ୍ନୟନ ପରିଷଦର ୨ ୧ତମ ବାର୍ଷିକ ଉତ୍ସବରେ ଅନୁଷ୍ଠାନ ର  ସଭାପତି କୁଳମଣି ଶୁକ୍ଳଙ୍କ ସଭାପତିତ୍ବରେ ଅଲିପୁର ଗ୍ରାମପଞ୍ଚାୟତର ସିଦ୍ଧେଶ୍ୱରୀ ପୀଠ ଠାରେ ବାର୍ଷିକୀ ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ବରୀରେ ଶୀତଳ ଭଣ୍ଡାର ସ୍ଥାପନ କରିବା, ବରୀକୁ ସ୍ୱଵଲମ୍ବୀ କରିବା. ସବୁ ଜମିକୁ ମାଗଣାରେ ପାଣି ଯୋଗାଇ ଦେବା,କୃଷିକୁ ସର୍ବାଧିକ ଅଗ୍ରାଧିକାର ଦେବା ,ସରକାରୀ କର୍ମଚାରୀଙ୍କ ଠାରୁ ଉପଯୁକ୍ତ କାମ ଗ୍ରହଣ କରିବା,ବରୀକୁ ଭ୍ରଷ୍ଟାଚାର ମୁକ୍ତ କରିବା, ଦାଦାନ ମୁକ୍ତ ବରୀ ଗଠନ କରିବା,ବରୀର ସମସ୍ତ ଲୋକଙ୍କୁ ଶିକ୍ଷା ଓ  ସ୍ୱାସ୍ଥ୍ୟ ଯୋଗାଇଦେବା, ବରୀକୁ ନିଶା ମୁକ୍ତ କରିବା,କୃଷି ଜାତ ଦ୍ରବ୍ୟର ପ୍ରକିୟା କରଣ ପାଇଁ କୁଟୀର ଶିଳ୍ପ ସ୍ଥାପନ କରିବା,ବରୀ ବ୍ଲକର ସମସ୍ତ ନଦୀରେ ସର୍ଵ କାଳୀନ ଜଳ ପ୍ରଭାହ କରିବା 
କୁନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ସମ୍ପାଦକ ପ୍ରଶାନ୍ତ ପଢିହାରୀ ସ୍ୱାଗତଭାଷାଣ ଓ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ସମାଜସେବୀ ସତ୍ୟରଞ୍ଜନ କର ଅତିଥି ପରିଚୟ ଦେଇଥିବାବେଳେ ଦୃଯ୍ୟଧନ ଶତପଥୀ, ରମେଶ ତ୍ରିପାଠୀ, ଉତ୍ସବ ପରିଡା, ଭାଗିରଥି ଦାସ ମହାପାତ୍ର, ଅଚ୍ୟୁତତ ସାମଲ,ରମାକାନ୍ତ ମଣ୍ଡଳ,ମନୋରମା ଓଝା, ଭୂପତି ମଳିକ, ନଟବର ବେହେରା, ଅନନ୍ତ ଭୂଇଁଆ,ଗଙ୍ଗାଧର ମହାନ୍ତି, ବଳରାମ ରାଉତ, ସ୍ମିତାରାଣୀ ସାମଲ, ତିଳୋତ୍ତମା ସେଠି, ଜାନକୀ ମଳିକ, ତାରାକାନ୍ତ ଆଚାର୍ଯ୍ୟ, ପ୍ରଦୁମ୍ନ କର, ବନ୍ଦିତା ଦାସ,ସୋମନାଥ ପରିଡା, ଅରୁଣ ସାମଲ ପ୍ରମୁଖ ଉପସ୍ଥିତ ରହିଥିଲେ। ଶେଷରେ  ଉତ୍ତମ ମୁଦୁଲି ଧନ୍ୟବାଦ ଦେଇଥିଲେ ।
ବରୀରୁ ଦର୍ଶନ ବେହେରା ,୧୭/୧୨/୨୦୨୦----- ୬,୪୫

ads

Blog Archive