ହରିରାଜପୁର ପଞ୍ଚାୟତ କ୍ରିକେଟ ପଞ୍ଚମ ଲିଗ୍ ମ୍ୟାଚ
ଡେଲାଙ୍ଗ ----- ଡେଲାଙ୍ଗ ବ୍ଲକ ଅଧିନସ୍ଥ ହରିରାଜପୁର ପଞ୍ଚାୟତ କ୍ରିକେଟ ଲିଗ୍ ସିଜିନ୬ ମ୍ୟାଚ ସୋମନାଥ ଷ୍ପୋଟିଂ ଗ୍ରାଉଣ୍ଡ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ୫ମ ଦିନରେ ବରୁଣେଇ ରୟାଲ ଦଳ ସହିତ ସଞ୍ଜୟ ଫାଇଟର କ୍ରିକେଟ ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଟସ୍ ଜିତି ପ୍ରଥମେ ବ୍ୟାଟି କରି ବରୁଣେଇ ଦଳ ୨୦ ଓଭର ରେ ୫ ଉଇକେଟ ହରାଇ ୧୯୯ ରନ ସଂଗ୍ରହ କରିଥିବା ବେଳେ ଜବାବରେ ସଞ୍ଜୟ ଫାଇଟର ୨୦ ଓଭରରେ ୮ ଉଇକେଟ ହରାଇ ୧୭୮ ରନ ସଂଗ୍ରହ କରିଥିଲେ ।ଏହି ମ୍ୟାଚଟିକୁ ବରୁଣେଇ ରୟାଲ ଦଳ ୨୧ ରନରେ ବିଜୟୀ ହୋଇଛନ୍ତି । ସେହିପରି ୨ୟ ମ୍ୟାଚଟି ବ୍ଲାକ ଟାଇଗର ସହିତ ଷ୍ଫୋଟିଙ୍ଗ କ୍ଲବ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଟସ ଜିତି ବ୍ଲାକ ଟାଇଗର ପ୍ରଥମେ ବ୍ୟାଟିଂ କରି ୧୭.୪ ଓଭରରେ ସମସ୍ତ ଉଇକେଟ ହରାଇ ୮୩ ରନ ସଂଗ୍ରହ କରିଥିଲେ । ଜବାବରେ ଷ୍ଫୋଟିଙ୍ଗ କ୍ଲବ ଦଳ ୯.୩ ବଲରେ୨ ଉଇକେଟ ହରାଇ ୮୭ ରନ ସଂଗ୍ରହ କରିଥିଲେ । । ଏହି ମ୍ୟାଚକୁ ଷ୍ଫୋଟିଙ୍ଗି କ୍ଲବ ୮ ଉଇକେଟରେ ବିଜୟୀ ହୋଇଛନ୍ତି । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି , ୧୫/୧୨/୨୦୨୦-----୮,୨୫



