ଠିକା ସଫେଇ କର୍ମଚାରୀଙ୍କ ଦବଙ୍ଗ ଗିରି ସାଙ୍ଗକୁ ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମନମୁଖୀ ଶାସନ ଫଳରେ ଜଟଣୀ ସହର ଦୁର୍ଗନ୍ଧମୟ...
ଜଟଣୀ --ଜଟଣୀ ପୌରପରିଷଦର ଅସ୍ଥାୟୀ ଠିକା କର୍ମଚାରୀମାନେ ଆଜକୁ ଦୀର୍ଘ ଚାରି ଦିନ ଧରି କାର୍ଯ୍ୟବନ୍ଦ ଆନ୍ଦୋଳନ କରି ପୌରପରିଷଦର ମୁଖ୍ୟ ଫାଟକ ବନ୍ଦ କରିଦେଇଛନ୍ତି । ଫଳରେ ପୌରକାର୍ଯ୍ୟାଳୟର କାର୍ଯ୍ୟ ସମ୍ପୂର୍ଣ୍ଣ ଠପ ହୋଇଯାଇଛି । ଅଧିକାଂଶ ସମୟ ସେମାନଙ୍କଦାବି ପୂରଣ ପାଇଁ କାର୍ଯ୍ୟବନ୍ଦ କରିଆସୁଛନ୍ତି । ଫଳରେ ଅନେକ ସମୟରେ ଜଟଣୀ ସହର ଆବର୍ଜନମୟ ପରିବେଶ ସୃଷ୍ଟି ହେଉଛି । ଜଟଣୀ ପୌରପରିଷଦ ମଧ୍ୟରେ ଅସ୍ଥାୟୀ ସଫେଇ କର୍ମଚାରୀ ଭାବେ ୧୯୩ ଜଣ କାର୍ଯ୍ୟ କରିଆସୁଛନ୍ତି ।
ମାତ୍ର ସେମାନଙ୍କୁ ଟେଣ୍ଡର ମାଧ୍ୟମରେ ଠିକସଂସ୍ଥା ଅଧୀନରେ କାର୍ଯ୍ୟକରିବାର ସୁଯୋଗ ମିଳିଥାଏ । ସରକାରଙ୍କ ନିୟମ ଅନୁସାରେ ୧୯୩ଜଣ କାମ କରିବାଲାଗି ନିର୍ଦେଶ ରହିଛି ହେଲେ ସଫେଇ କର୍ମଚାରୀମାନେ ମିଳିତଭାବେ ୨୫୦ ଜଣ କାମ କରିବାକୁ ଜିଦ କରୁଛନ୍ତି । ତେବେ୧୯୩ ଜଣ ବ୍ୟତୀତ ଆଉ ୫୭ଜଣ ସଫେଇ କର୍ମଚାରୀଙ୍କୁ କିଏ ଦରମା ପ୍ରଦାନ କରିବ ବୋଲି ନିର୍ବାହୀଅଧିକାରୀ କହିଛନ୍ତି ।ସକିନ୍ତୁ ସଫେଇ କର୍ମଚାରୀଙ୍କ ଠିକ ଭାବେ ପିଏଫ ଓ ଇଏସଆଇ ଠିକ ଭାବେ ମିଳେନାହିଁ । ବାରମ୍ବାର ଅଭିଯୋଗ ସତ୍ୱେ କୌଣସି ସୁଫଳ ମିଳେନାହିଁ । ଏହା ଦୀର୍ଘ ୪ବର୍ଷର ଅଭିଯୋଗ । ଏହା ମଧ୍ୟରେ କେତେ ଅଫିସର ବଦଳି ହୋଇଗଲେଣି କେବଳ ପ୍ରତିଶୃତି ହିଁ ପ୍ରତିଶୃତି ରେ ରହିଯାଏ । ଅନ୍ୟପକ୍ଷରେ ଏହି ସଫେଇ କର୍ମଚାରୀମାନେ ଚଳିତ ୧୦ ତାରିଖରୁ କାର୍ଯ୍ୟବନ୍ଦ କରିଥିବାବେଳେ ବିନାକାମରେ ଚାରି ଦିନର ପ୍ରାପ୍ୟ ନେବାଲାଗି ଯିଦ ଧରୁଛନ୍ତି । ତେବେ ଏନେଇ କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲ୍ଲୀପ କୁମାର ମହାନ୍ତି ଏହି ପ୍ରାପ୍ୟ ପାଇଁ ରୋକଠୋକ ମନା କରିଛନ୍ତି । ତେଣୁ ଏମାନେ କାର୍ଯ୍ୟବନ୍ଦକୁ ଆହୁରି ତୀବ୍ରତର କରିବେବୋଲି ଚେତାବନୀ ଦେଇଛନ୍ତି ।

ଜଟଣୀ --ରଙ୍ଗନାଥ ବେହେରା ,୧୫/୧୨/୨୦୨୦-----୫,୪୨