ads

Breaking News

ସାକ୍ଷୀଗୋପିନାଥଙ୍କ ପହିଲି ଭୋଗ ଆରମ୍ଭ

  ସାକ୍ଷୀଗେ।।ପଳ ------ମା ଲକ୍ଷ୍ମୀ ତାଙ୍କ ବାପା ଘରକୁ ଯାଇଛନ୍ତି । ଏଣୁ ପ୍ରଭୁଙ୍କୁ ମା ଯଶୋଦା ଖାଇବାକୁ ଦେଇଛନ୍ତି । ଏଥିପାଇଁ ଭୋର ୪ଟାରେ ମନ୍ଦିର ଫିଟାଯିବା ପରେ ମଙ୍ଗଳଅଳତୀ, ମର୍ଦ୍ଧନ, ଅବକାଶ, ବେଶ ପରେ ସୂର୍ଯପୂଜା, ଦ୍ୱାରାପାଳ ପୂଜା କରାଯାଇଥିଲା । ତା ପରେ ପରେ ବଲ୍ଲଭ, ପହିଲି ଭୋଗ, ସକାଳଧୂପ କରାଯିବା ପରେ ମନ୍ଦିର ପହଡ ପଡିଥିଲା ।ପହିଲି ଭୋଗର ସ୍ୱତନ୍ତତା ରହିଛି ଏଥିରେ ଚୁଡାଭଜା, ଫଳମୂଳ, ଗଜା, ଖଜା, ଗୋପାଳବଲ୍ଲଭ ସହିତ ଖଦଡ ଗହମରେ ପ୍ରସ୍ତୁତ କରାଯଇଥିବା ପୁରୀ ପହିଲି ଭୋଗରେ କରାଯାଇଥାଏ । ଏହି ଅବସରରେ ସାକ୍ଷୀଗୋପାଳ ବଡଗଣେଶ ମଣ୍ଡପ ଓବିଭିନ୍ନ ଗ୍ରାମରେ ଥିବା ମଠ ମନ୍ଦିର ଗୁଡିକରେ ପହିଲି ଭୋଗ ଅନୁଷ୍ଠିତ ହୋଇଯାଇଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୫/୧୨/୨୦୨୦, ---- ୮-୩୦


ads

Blog Archive