ଯୋଗ ମାଧ୍ୟମରେ କରୋନା ସଚେତନତା ପାଇଁ ପ୍ରସ୍ତୁତି ବୈଠକ
ଡେଲାଙ୍ଗ ---- ରାଜ୍ୟରେ ଯଦି ବା ମହାମାରୀ କରୋନା କମିଛି ତଥାପି ଲୋକଙ୍କ ମାନଙ୍କ ମନରେ ଭୟ ଦୁର ହୋଇ ନାହିଁ । ବିଶେଷ କରି ବରିଷ୍ଠ ନାଗରିକ ମାନଙ୍କୁ ବିଶେଷ ଏହି କରୋନା ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏଥିରୁ ମୁକ୍ତି ପାଇବା ପାଇଁ ଯୋଗ ହେଉଛି ଏକ ମାତ୍ର ବାଟ ବୋଲି ଜଣାପଡିଛି । ଏଥିଯୋଗୁ ଡେଲାଙ୍ଗ ମହାତାବ ହାଇସ୍କୁଲ ପରିସରରେ ଆସନ୍ତା ୧୨ ଓ ୧୩ ଦୁଇଦିନ ଧରି ଯୋଗ ଶିବିର କରାଯିବ ବୋଲି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଯୋଗ ଶିବିର ସକାଳ ୬ ଘଟିକାରେ ଆରମ୍ଭ କରାଯିବ ବୋଲି ଜଣାପଡିଛି । ଡେଲାଙ୍ଗ ଗୁଆଚୌକା ହିରୋ ମୋଟରର୍ସ ସୋ ରୁମ ପରିସରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରସନ୍ନ ତ୍ରିପାଠୀ ଏହି ବୈଠକରେ ଅଧ୍ୟକ୍ଷତା କରିଥିବା ବେଳେ ହିରୋ ମୋଟରର୍ସର ସୋରୁମର ମୁଖ୍ୟ ପରିଚାଳକ ବିପ୍ଳବ ନରେନ୍ଦ୍ର ଉପସ୍ଥିତ ରହିଥିଲେ । ଏହି ଯୋଗ ଶିବିରରେ ଯୋଗ ଗୁରୁ ପ୍ରଦୀପକୁମାର ଦଳେଇ, ପ୍ରଭାତ କୁମାର ନାୟକ, ନିମାଁଇ ଚରଣ ବାରିକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଯୋଗ ଶିବିରକୁ ମହତାବ ହାଇସ୍କୁଲର ଶିକ୍ଷକ, ଶିକ୍ଷୟତ୍ରୀ, ପରିଚାଳନା କମିଟି ସହେଯୋଗ ଓ ପରିଚାଳନା କରିବେ । ଏହି ଅବସରରେ େଡେଲାଙ୍ଗ ବ୍ଳକର ଜିଲ୍ଲା, ରାଜ୍ୟ ଓ ଜାତୀୟ ସ୍ତରରେ ବିଭିନ୍ନ କ୍ରୀଡାରେ ସୁନାମ୍ୟ ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କୁ ସମ୍ମାନୀତ କରାଯିବ ବୋଲି କାର୍ଯ୍ୟକ୍ରମ ରହିଛି ବୋଲି ମହତାବ ହାଇସ୍କୁଲର କ୍ରୀଡା ଶିକ୍ଷକ ନଟବର ସେଠୀଙ୍କ ଠାରୁ ସୁଚନା ମିଳିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି , ୬/୧୨/୨୦୨୦--- ୭,୫୦



