ads

Breaking News

ଗାଁ କଲ୍ୟାଣ ସମିତି ପକ୍ଷରୁ ସଚେତନତା


 ଡେଲାଙ୍ଗ ----ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଭିନ୍ନ ପ୍ରକାର ଜନ ସଚେତନତା ଯୋଜନା ପ୍ରଣୟନ କରାଯାଉଛି ।ଏହି ପରିପ୍ରେକ୍ଷିରେ ଡେଲାଙ୍ଗ ବ୍ଲକ ଗଙ୍ଗପୁର,ଗୋପାଟଣା ଓ ଘନିପୁର ଗ୍ରାମରେ ଗାଁ କଲ୍ୟାଣ ସମିତି ପକ୍ଷରୁ ଡେଙ୍ଗୁ, ମ୍ୟାଲେରିଆ,ଡାଇରିଆ ଓ ମହାମାରୀ କରୋନା ରୋଗ ପାଇଁ ଜନସଚେତନତା କରାଯାଇଛି ।  ଗାଁ କଲ୍ୟାଣ ସମିତିର ସଭ୍ୟ, ସଭ୍ୟା ଓ କିଶୋରୀ ବାଳିକା ମାନେ ମିଳିତ ହୋଇ ହାତରେ ଫ୍ଲାକାର୍ଡ ଧରି ଜନସଚେତନତା ସୃଷ୍ଟି କରିଥିଲେ । ଘୋରଡିଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର  ଡାକ୍ତର ମୈତ୍ରୀ ସ୍ୱାଇଁ ଙ୍କ ନିର୍ଦ୍ଦେଶକ୍ରମେ ଏଏନଏମ ବସନ୍ତ ମଞ୍ଜରୀ ଗୁରୁ,ୱାର୍ଡ ସଭ୍ୟ ବାବୁ ଖାନ୍‌, ସଭ୍ୟା ସୁର୍ଯ୍ୟକାନ୍ତି ରାଉତ,ଉର୍ମିଳା ସାହୁ ,ଆଶାକର୍ମି ଜୟନ୍ତି ଲତା ପଣ୍ଡା ,ଉଷାରାଣି ଗିଲ ଓ ମମତା ରାଣି ମିଶ୍ର ପ୍ରମୁଖ ଗ୍ରାମ କୁ ଗ୍ରାମ ଓ ଘରକୁ ଘର ବୁଲି ସଚେତନ କରାଇଥିଲା । ସାରା ବିଶ୍ୱରେ ମହାମାରୀ କରୋନା ରୋଗଠାରୁ ନିଜକୁ ଦୁରେଇ ରଖିବାକୁ ହେଲେ ସରକାରଙ୍କ ନିୟମ ମୁତାବକ ନିୟମିତ ମାକ୍ସ ପରିଧାନ କରିବା ,ଦିନକୁ ୮ଥର ହାତକୁ ସାବୁନ ଧୋଇବା ,ସାମାଜିକ ଦୁରତା ବଜାୟ ରକ୍ଷା କରିବା ଆଦି ଦିଗରେ ଯତ୍ନବାନ ରହିବାକୁ ପଡିବ ବୋଲି ଗଆମବାସୀଙ୍କୁ କହିଥିଲେ । ଏହି କାର୍ଯ୍ୟକ୍ରମକୁ ଗଙ୍ଗପୁର ଅଙ୍ଗନୱାଡି କର୍ମି ସୈାଦାମିନି ସିଂହ ,ଗୋପପାଟଣା ଅଙ୍ଗନୱାଡି କର୍ମି ମମତାଜ୍ ବେଗମ୍ ଓ ଘନିପୁର ଅଙ୍ଗନୱାଡି କର୍ମି ସୁକାନ୍ତି ସାହୁ ପରିଚାଳନା କରିଥିଲେ ।

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି , ୬/୧୨/୨୦୨୦--- ୭,୫୦

ads

Blog Archive

Popular Posts