ଧାନ କଳେଇ ଜଳିଗଲା
ସାକ୍ଷୀଗୋପାଳ ----- ସତ୍ୟବାଦୀ ଥାନା ଅନ୍ତର୍ଗତ ଇନ୍ଦିପୁର ଗ୍ରାମର ଗଙ୍ଗାଧର ମହାରଣାଙ୍କ ଗହିର ବିଲରେ ଥିବା ଧାନ କଳେଇ ଗଦା ଜଳିଯାଇଛି । ସୁଚନାଯୋଗ୍ୟ ଯେ ପାଖ ପଡୋଶି ବିଲର ଚାଷୀ ମାନେ ମେସିନିରେ ଧାନ କାଟିବା ପରେ ବିଲରେ ଥିବା ନଡାରେ ନିଆଁ ଲଗାଇ ଦେଇଥିଲେ । ପବନରେ ସେହି ନିଆଁ ଉଡିକି ପାଖରେ ମରାଯାଇଥିବା ଧାନ କଳେଇ ଗଦାରେ ନିଆଁ ଲାଗି ଯାଇଥିଲା । ଖବର ପାଇ ସତ୍ୟବାଦୀ ଅଗ୍ନିଶମ ବିଭାଗର ମନୋଜ କୁମାର ନାୟକ ସଦଳବଳେ ଗହିର ବିଲରେ ନିଆଁ ଲାଗିଥିବା ସ୍ଥାନରେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ନିଆଁ ଲିଭାଇବା ବେଳକୁ ପ୍ରାୟ ଦୁଇରୁ ତିନି ବସ୍ତା ଧାନର କଳେଇ ପୋଡି ଯାଇଥିବା ଅଗ୍ନିଶମ ବିଭାଗର ଅଧିକାରୀ ଶ୍ରୀ ନାୟକଙ୍କ ଠାରୁ ସୁଚନା ମିଳିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି ,୧୮/୧୨/୨୦୨୦---୧୦,୪୦


